Odisha Fire & Emergency Services (@OdishaFS) header
Odisha Fire & Emergency Services (@OdishaFS) profile picture
Odisha, Cuttack
Joined June 2020
Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)
Join us in appreciating the work of firefighters of Chandrasekhar Pur Fire Station by like, share and comments. Jai Hind, Bande Utkala Janani. #FireAndEmergencyServices #OdishaFireService #RescueOperation
152
ବାଲେଶ୍ୱର ରେ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ଅଗ୍ନିକାଣ୍ଡକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ 📍 ଗୁଡ଼ିପଦା, ବାଲେଶ୍ୱର ବାଲେଶ୍ୱର ଗୁଡ଼ିପଦାଠାରେ ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ନିଆଁ ଲାଗିଥିବା ସୂଚନା ପାଇ ବାଲେଶ୍ୱର ଅଗ୍ନିଶମ କେନ୍ଦ୍ରର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ।
1
95
ଟ୍ରାନ୍ସଫର୍ମରରୁ ତେଲ ଝରି ତଳେ ଜମି ରହିଥିବା ବେଳେ ଆତସବାଜିର ନିଆଁ ସଂସ୍ପର୍ଶରେ ଆସି ତାହା ଜଳିବା ସହ ନିଆଁ ବ୍ୟାପିବା ଆରମ୍ଭ କରିଥିଲା। ଅଗ୍ନିଶମ କର୍ମଚାରୀମାନେ ଫୋମ୍ କମ୍ପାଉଣ୍ଡ ଓ ପାଣି ବ୍ୟବହାର କରି ତତ୍ପରତାର ସହ ନିଆଁକୁ ସଫଳତାର ସହ ଆୟତ୍ତ କରିଥିଲେ ।
1
19
ଏଥିରେ କୌଣସି ଜନଜୀବନ ହାନି ହୋଇଥିବାର ସୂଚନା ହସ୍ତଗତ ହୋଇନାହିଁ । #OdishaFireService #FireSafety #FireRescue
10
ଦୀପାବଳିର ଆଲୋକ ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ। ପର୍ବର ଆନନ୍ଦକୁ ଦ୍ୱିଗୁଣିତ କରିବା ପାଇଁ କିଛି ସୁରକ୍ଷା ନିୟମ ପାଳନ କରନ୍ତୁ। 🔸ଖୋଲା ଓ ନିରାପଦ ସ୍ଥାନରେ ବାଣ ଫୁଟାନ୍ତୁ। 🔸ବାଣ ଫୁଟାଇବା ସମୟରେ ନିରାପଦ ଦୂରତା ବଜାୟ ରଖନ୍ତୁ। 🔸ଛୋଟ ପିଲାମାନଙ୍କୁ ବଡ଼ମାନଙ୍କ ତତ୍ତ୍ୱାବଧାନରେ ବାଣ ଫୁଟାଇବାକୁ ଦିଅନ୍ତୁ
1
2
127
🔸ଜ୍ୱଳନଶୀଳ ସାମଗ୍ରୀ ଓ ଘର ନିକଟରେ ବାଣ ଫୁଟାନ୍ତୁ ନାହିଁ। 🔸ପାଖରେ ପାଣି କିମ୍ବା ବାଲି ରଖନ୍ତୁ ଏବଂ ଜଳିଯାଇଥିବା ବାଣକୁ ପୁନର୍ବାର ଜଳାଇବାକୁ ଚେଷ୍ଟା କରନ୍ତୁ ନାହିଁ। 🔸ଦୀପ ଓ ମହମବତୀକୁ ପରଦା, କାଗଜ ଓ ଅନ୍ୟ ଜ୍ୱଳନଶୀଳ ସାମଗ୍ରୀଠାରୁ ଦୂରରେ ରଖନ୍ତୁ।
1
31
କୌଣସି ଅଗ୍ନିକାଣ୍ଡ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ୧୧୨ ନମ୍ବରକୁ ଡାଏଲ୍ କରନ୍ତୁ। ଆସନ୍ତୁ, ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଯତ୍ନବାନ ହେବା। ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ସମସ୍ତଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା। #SafeDiwali #HappyDiwali #OdishaFireService
24
ଆଲୋକର ପର୍ବ ଦୀପାବଳି ହେଉ ସୁରକ୍ଷିତ ଓ ଆନନ୍ଦମୟ। ବାଣ ଫୁଟାଇବା ସମୟରେ ସୁରକ୍ଷିତ ଦୂରତା ବଜାୟ ରଖନ୍ତୁ, ପିଲାମାନଙ୍କ ପ୍ରତି ସତର୍କ ରୁହନ୍ତୁ ଏବଂ ଅଗ୍ନି ସୁରକ୍ଷା ନିୟମ ପାଳନ କରନ୍ତୁ। କୌଣସି ଜରୁରୀକାଳୀନ ପରିସ୍ଥିତିରେ ୧୧୨ ନମ୍ବରରେ ଯୋଗାଯୋଗ କରନ୍ତୁ। ଆପଣଙ୍କ ସୁରକ୍ଷା ଆମର ପ୍ରାଥମିକତା।
1
174
ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ସମସ୍ତଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା। #SafeDiwali #FireSafety #OdishaFireService #Diwali2026
40
The joint search and rescue operation continues following the Gidipabali landslide. A team of 30 personnel from Odisha Fire & Emergency Service, alongside ODRAF, continues the search operation at the site. #OdishaFireService #Gidipabali #SearchAndRescue #EmergencyResponse
2
142
କଟକ ଜିଲ୍ଲା ଅଡ଼ସପୁର ବସ୍‌ଷ୍ଟାଣ୍ଡରେ ଏକ ବସ୍‌ରେ ଅଗ୍ନିକାଣ୍ଡ ଘଟିବା ଖବର ପାଇ ଅଡ଼ସପୁର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଘଟଣାରେ କୌଣସି ଜୀବନହାନି କିମ୍ବା ଆହତ ହେବାର ସୂଚନା ମିଳି ନାହିଁ। #OdishaFireService #RescueOperation
1
185
ବନ୍ୟା ପରେ ସଫେଇ କାର୍ଯ୍ୟରେ ଆଗେଇ ଆସିଲେ ଅଗ୍ନିଯୋଦ୍ଧା 📍 ଥାନା ଓ ତହସିଲ କାର୍ଯ୍ୟାଳୟ , ଆସିକା ବନ୍ୟା ଚାଲିଯାଇଛି, କିନ୍ତୁ ଛାଡ଼ିଯାଇଛି ଅନେକ କ୍ଷୟକ୍ଷତି ଓ ଦୁର୍ଦ୍ଦଶା। ବନ୍ୟା ପରବର୍ତ୍ତୀ ପରିବେଶରେ ଜନସାଧାରଣ ଓ କର୍ମଚାରୀମାନଙ୍କୁ ଯାତାୟାତରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା।
1
1
233
ଏଭଳି ପରିସ୍ଥିତିରେ ସରକାରୀ ସେବାକୁ ପୁଣି ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ଆଗେଇ ଆସିଥିଲେ ଆସିକା ଅଗ୍ନିଶମ କେନ୍ଦ୍ରର ଅଗ୍ନିଯୋଦ୍ଧାମାନେ। ଆସିକା ଥାନା ଓ ତହସିଲ କାର୍ଯ୍ୟାଳୟରେ ସଫେଇ କାର୍ଯ୍ୟ କରି ବନ୍ୟା ପରବର୍ତ୍ତୀ ପରିବେଶକୁ ପରିଷ୍କାର କରିବା ସହ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସେବା ପୁନଃ ସ୍ୱାଭାବିକ କରିବାରେ ସହଯୋଗ କରିଛନ୍ତି ।
25
ରାତିସାରା ଅକ୍ଲାନ୍ତ ପରିଶ୍ରମକରି ରାସ୍ତାସଫା କଲେ ଅଗ୍ନିଯୋଦ୍ଧା । 📍ଆସିକା, କୁମ୍ଭାର ସାହିଠାରୁ ବିନାୟକ ବଜାର ବ୍ରିଜ୍ ପର୍ଯ୍ୟନ୍ତ ବନ୍ୟା ପରେ ଆସିକା ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା ।
1
5
287
ଏହାର ସମାଧାନ ସ୍ୱରୂପ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ଅଗ୍ନିଯୋଦ୍ଧାମାନେ ସ୍ଥାନୀୟ ପ୍ରଶାସନର ଉପସ୍ଥିତିରେ ରାତିରେ ସଫେଇ ଅଭିଯାନ ଆରମ୍ଭ କରିଥିଲେ । ଦୀର୍ଘ ୫ ଘଣ୍ଟାର ନିରନ୍ତର ପରିଶ୍ରମ କରି ସକାଳ ହେବାପୂର୍ବରୁ ଯାତାୟାତ ବ୍ୟବସ୍ଥାକୁ ପୁନର୍ବାର ସ୍ୱାଭାବିକ କରିବାରେ ସଫଳ ହୋଇଛନ୍ତି ।
1
22
ବନ୍ୟା ଭଳି ପ୍ରାକୃତିକ ବିପର୍ଯୟ ପରେ ଅଗ୍ନିଯୋଦ୍ଧାମାନେ ନିଜର ନିର୍ଦ୍ଧାରିତ କର୍ତ୍ତବ୍ୟ ପରିସରରୁ ବାହାରି, ବନ୍ୟା ପ୍ରଭାବିତ ବିଭିନ୍ନ ସ୍ଥାନରେ ଜନଜୀବନକୁ ସ୍ୱାଭାବିକ କରିବାରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପ୍ରମୁଖ ଭୂମିକା ଗ୍ରହଣ କରୁଛି । #OdishaFireService #CycloneArnab
6