
ACTOR: Want to act better & better | 44 #Odia,3 #Telugu,2 #Tamil,1 #Bengali films Old | Proud Odia - Indian #JayJagannath | VOLUNTEER: #SmilePlease #SmileForce
India
Joined May 2011
- Tweets5.6K
- Following1.7K
- Followers99K
- Likes8.9K
Pinned Tweet
Happiness is seeing the Smile! Few months back This case came from Boudh District. The mother Saitala Urma was struggling to treat her newborn Baby Swaraj. Saddest part is, despite a love marriage her husband left her as she gave birth to a child with deformity. But (1/3)
On my Birthday u all blessed me🙏🏼Next day I got the best actor award for "Ananta"⭐That shows the power of your best wishes❤️Thank you so much❤️
Dedicating it to all the pillars behind the classic to commercial journey of Byasakabi Fakir Mohan Senapati's "RandiPua Ananta" – at Bhubaneshwar, India
Twinning partners at Sydney Event ❤️ Australia's 1st event was memorabe for many reasons!! One of the reason is our beautiful dress representing our land's Handlooms. More updates coming soon!! Cant wait to share.... ❤️😍
what I would hv looked like in the 80s!!
#80s – at Bhubaneshwar, India
Happy Janmastami🙏🏻Our little kalia.U Can Call him "SAMRAJ"🙏🏻ଶୁଭ ଜନ୍ମାଷ୍ଟମୀ🙏🏻ଏଇଟା ଆମ କୁନି କାଳିଆ,ତା ନାଁ ସମ୍ରାଜ୍ 🙏🏻 – at Bhubaneshwar, India
Cutest thing of this independence Day. ପ୍ରଥମା ଶ୍ରେଣୀ ରେ ପାଠ ପଢୁଥିବା ସରସ୍ଵତୀ ଶିଶୁ ମନ୍ଦିରର ଏଇ କୁନି ଝିଅଟି ଆଜି ମୋ ମନ କିଣି ନେଲା 🙏🏻 A cute Standard one student of Saraswati Sishu Mandir❤️Happy independence day 🇮🇳 JAY HIND
ଏଇ କୁନି ଝିଅ କୁ ମହାପ୍ରଭୁ ଆଶୀର୍ବାଦ କରନ୍ତୁ 🙏🏻 – at Bhubaneshwar, India
Happy Sambalpuri Day🙏🏻ସମ୍ବଲପୁରୀ ଦିନ୍ ଉଧେଁ ସମ୍କୁ ଶୁଭେଚ୍ଛା ଆର୍ ଅଭିନନ୍ଦନ୍।ଜୟ ମାଁ ସମଲେଇ🙏ଗୁରୁ ସତ୍ୟନାରାୟଣ ବୋହିଦାରଙ୍କ ଜନମ୍ ଜୟନ୍ତୀ ଆର୍ ସମ୍ବଲପୁରୀ ଦିନର୍ ଶୁଭେଚ୍ଛା।
ଜୟ ମାଁ ସମଲେଇ! 🙏
#sambalpuridin #sambalpuria #sambalpur – at Bhubaneshwar, India
ଘନ କଳାମେଘ ମଧ୍ୟେ ବଜ୍ର ଯେହ୍ନେ ଶୋଭେ,
ସେମନ୍ତ ରଥାରୁଢ଼ ପ୍ରଭୁ ସୁନାବେଶେ ଭକ୍ତ ମନ ଲୋଭେ ।
ଜୟ ଜଗନ୍ନାଥ 🙏🏻
@sabyaactor
Happy Ratha Jatra from the streets of Australia 🙏🏻 କାଳିଆ ଆମକୁ କେବେ ଏକା ଛାଡେ ନାହିଁ... ଅଷ୍ଟ୍ରେଲିଆ ରାସ୍ତା ରେ ବି ଆମ ଗାଡିରେ, ଆଗେ ଆଗେ ଚକାଡୋଳା ଆମକୁ ଚାହିଁ ରହିଛନ୍ତି 🙏🏻 ଜୟ ଜଗନ୍ନାଥ 🙏🏻
#rathyatra #jayjagannath #puri #rathyatra2026 – at Sydney, New South Wales
ଅଷ୍ଟ୍ରେଲିଆରେ ପ୍ରଥମ ଥର🙏🏼HELLO AUSTRALIA🙏🏼Super excited to start a historic journey with proud odias at Australia. Distance might separate us from Odisha, but our hearts beats to the same rhythm. For the first time in history, the Odia diaspora in Australia is uniting for a mega celebration with Odia Actors to spread our Odia Movies & Culture From the land of Jagannath to the Land Down Under "Australia". Tag & Share this post to your Odia friends at Australia, so that together we can create the historic moment 🙏🏼 See you on July 5th @ SYDNEY 📍July 12th @ MELBOURNE 🇦🇺❤️🇮🇳
#OdiasInAustralia #odia #OdiaCommunity #ProudOdia #Odisha
ରାୟଗଡ଼ାର କଲ୍ୟାଣସିଂହପୁରରେ ଘଟିଥିବା ଏହି ଅମାନୁଷିକ ଘଟଣା ବିଷୟରେ ଶୁଣି ମୁଁ ଗଭୀର ଭାବେ ମର୍ମାହତ। ଗୁଜବ ଯୋଗୁଁ ଦୁଇଜଣ ନିରୀହ ସମାଜସେବୀ, ଯେଉଁମାନେ ଆମ ଲୋକଙ୍କ ସେବା କରିବା ପାଇଁ ବାହାର ରାଜ୍ୟରୁ ଏତେ ବାଟ ଆସିଥିଲେ ସେମାନଙ୍କୁ ନିର୍ମମ ଭାବେ ଆକ୍ରମଣ ଓ ସର୍ବସାଧାରଣରେ ଅପମାନିତ କରାଯିବା ସତରେ ହୃଦୟ ବିଦାରକ।
ଏହି ଯୁବ କର୍ମୀମାନେ ନିଜ ସ୍ୱାର୍ଥ ତ୍ୟାଗ କରି ଦୁର୍ଗମ ଅଞ୍ଚଳରେ ଅସହାୟ ଲୋକଙ୍କ ପାଖକୁ ସାହାଯ୍ୟର ହାତ ବଢ଼ାଇବାକୁ ଆସନ୍ତି। ସେମାନଙ୍କର ବ୍ୟାକୁଳ ଗୁହାରି ଓ ଲୁହକୁ ଅଣଦେଖା କରି ସେମାନଙ୍କ ସହ ଏଭଳି ନିଷ୍ଠୁର ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ।
ଏହା ଆମ ପରିଚୟ ନୁହେଁ। ଓଡ଼ିଶା ହେଉଛି ସେହି ପବିତ୍ର ଭୂମି ଯାହା ସ୍ନେହ, ସୁରକ୍ଷା ପାଇଁ ଏବଂ ଆମ ସଂସ୍କୃତି "ଅତିଥି ଆମ ଭାଗବାନ" ର ବାର୍ତ୍ତା ପାଇଁ ଜଣାଶୁଣା। ଆମେ ଆମ ଅତିଥି ଙ୍କୁ ଆଦରର ସହ ସ୍ୱାଗତ କରିଥାଉ, ଏବଂ ଏହି ଲଜ୍ଜାଜନକ କାର୍ଯ୍ୟ ଆମ ପରମ୍ପରା ର ସମ୍ପୂର୍ଣ୍ଣ ବିରୋଧୀ ଯାହା ଆମ ମୁହଁ ତଳକୁ କରିଦେଇଛି। ସେମାନଙ୍କ ଦୋଷ ଥିଲେ ମଧ୍ୟ ଏଭଳି କଦର୍ଯ୍ୟ କାଣ୍ଡ କେବେ ଗ୍ରହଣୀୟ ନୁହଁ...
ଆମ ସମାଜରେ ହିଂସା ଏବଂ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତି ଙ୍କ ପାଇଁ କୌଣସି ସ୍ଥାନ ନାହିଁ। ପୀଡ଼ିତଙ୍କ ପାଇଁ ପ୍ରାର୍ଥନା ସହ ଏହି ବର୍ବରତା ପଛରେ ଥିବା ପ୍ରତ୍ୟେକ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ଦାବି କରୁଛି।
I am deeply shocked and heartbroken by the horrific incident in Kalyansingpur, Rayagada. Two innocent NGO social workers, who came all the way from Delhi and Surat to help our communities, were brutally attacked, beaten, and publicly humiliated by a mob due to baseless rumors.
These young workers do selfless work, traveling to remote areas to bring care and support to those who need it most. To treat them with such cruelty, ignoring their tears and identity cards, is completely unacceptable. If at all they made some mistakes, such incident should not have happened.
This is not who we are. Odisha is a beautiful land known for love, protection, and our deeply rooted culture of "Atithi Devo Bhava" (The Guest is God). We have always welcomed outsiders with open arms, and this shameful act goes against everything we stand for.
Violence and rumor-mongering have no place in our society. We stand with the victims and demand the strictest punishment for everyone involved in this cruelty.
Sharing some special moments from Nimapada with Hon'ble Deputy Chief Minister Mrs Pravati Parida during Utkarsh Marathon. It was a great pleasure meeting Pravati apa and the youth of Nimapada 🙏🏼 Thank you for your love and energy 🙏🏻It will stay as a memorable day for us 🙏🏻 Lets keep taking Nimapada to new heights, making it Utkarsh Nimapada 🙏🏻
Couple Goal Inspiration...Our Grand Father & Grand Mother's 70th marriage Anniversary😍Pls drop ur wishes & thoughts to make this beautiful moment special... ଅଜା ଆଇଙ୍କ ୭୦ ତମ ବିବାହ ବାର୍ଷିକୀର ଏଇ ସୁନ୍ଦର ମୁହୂର୍ତ୍ତ ପାଇଁ ଆପଣଙ୍କ ଶୁଭକାମନା ଟିକେ ପଠେଇ ଦେବେ 😍😍😍 ଜୟ ଜଗନ୍ନାଥ
ଅନନ୍ତା ପାଇଁ Best Actor Award ଜିତିବା ନିହାତି ଭାବେ ମୋ ପାଇଁ ଏକ ସ୍ମରଣୀୟ କଥା। ଖାଲି ବେଷ୍ଟ୍ ଆକ୍ଟର ନୁହଁ, ମୋ ମା' ଦେବକୀ ଗଉଡ଼ୁଣୀଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀର ଆୱାର୍ଡ, ଆମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ କୁମାର ଭାଇଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ଏବଂ ଆମ ସିନେମା ଓ ପ୍ରଯୋଜକ ସୂରଜ ମହନତଙ୍କୁ ବେଷ୍ଟ୍ ସିନେମା ମିଳିବା ମଧ୍ୟ ଏକ ଖୁସିର କଥା। ଏହା ସହିତ ନିର୍ମଳ ନାୟକଙ୍କୁ Best Lyricist ମଧ୍ୟ ମିଳିଛି, ଯାହା ଆମକୁ ଆହୁରି ଆନନ୍ଦିତ କରିଛି। ବାଣୀଚିତ୍ର ଆୱାର୍ଡସ୍ କୁ ଅନେକ ଅନେକ ଧନ୍ୟବାଦ। ଏହି ସଫଳତାକୁ ମୁଁ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଚରଣରେ ଅର୍ପଣ କରୁଛି। ଅର୍ଚିତା ଙ୍କ ପାଇଁ ଥିଲା double ଖୁସି... କାରଣ ସେ ଅନନ୍ତା ପାଇଁ ଶ୍ରେଷ୍ଠ ପ୍ରଯୋଜିକା ସହ "ପାଦେ ଆକାଶ" ପାଇଁ Best Actress Award ଗ୍ରହଣ କଲେ 🙏🏻
ଗୋଟେ ଅନୁରୋଧ, ସୁଯୋଗ ବାହାର କରି ଏହି ସୁନ୍ଦର ଓଡିଆ ସିନେମା ଗୁଡିକ ନିଶ୍ଚୟ ଦେଖିବେ। These movies are running successfully at theatres near you with great positive word of mouth. I saw these 3 movies recently. Beautiful presentation & unique subjects. ଆଫା : ଏକ ନିରୀହ ଜୀବନ ର ହୃଦୟ ବିଦାରକ କଠୋର ଯାତ୍ରା ଓ ତା ଭିତରେ ଅନେକ ଜୀବନକୁ ବଞ୍ଚାଇବାର ଚେଷ୍ଟା, ଯାହା ନିଶ୍ଚୟ ଅନେକଙ୍କୁ ପ୍ରଭାବିତ ଓ ଅନୁପ୍ରାଣିତ କରିବ। ବିନ୍ଦୁସାଗର : ଗୋଟେ ଆଧୁନିକ ଝିଅ ର ଯାତ୍ରା ନିଜ ପୁରାତନ ସଂସ୍କୃତି ପାଇଁ ଓ ତା ଭିତରେ ଅନେକ ନୂଆ ପୁରୁଣା ସମ୍ପର୍କ, ଅନେକ ରୋଚକ ଘଟଣା ଦୁର୍ଘଟଣା, ଯାହା ବାନ୍ଧିରଖିବ ଦର୍ଶକଙ୍କୁ। ମୁରବି : ପ୍ରତି ଘର ଭିତରେ ଥିବା ଜଣେ ମୁରବି ଆଉ ତାଙ୍କ ଅଧିନରେ ଥିବା ଅନ୍ୟ ପରିବାର ବର୍ଗଙ୍କ ଭିତରେ ଥିବା ଦୂରତାକୁ ପୋଛିଦେବାର ଶକ୍ତି ରଖୁଥିବା ଏକ ସୁନ୍ଦର ସାମାଜିକ ବାର୍ତ୍ତା ଯାହା ଆପଣଙ୍କୁ କନ୍ଦାଇବ କିନ୍ତୁ ଅନେକ ଜାଗାରେ ହସାଇବ କାହାଣୀର ମନୋରଞ୍ଜନ ଓ ମଜାଳିଆ ଢଙ୍ଗ ପାଇଁ। ଆପଣ ନିଶ୍ଚୟ ଦେଖିବେ ଓ କହିବେ କେଉଁ ସିନେମା କେମିତି ଲଗିଲା 🙏🏻 ଶୁଟିଂ ବ୍ୟସ୍ତତା ପାଇଁ ଗତ ଦୁଇ ମାସ କିଛି ସିନେମା ମିସ୍ କରିଛି କିନ୍ତୁ ଆଜି ରିଲିଜ ହୋଇଥିବା କାଙ୍ଗୁଲା ଓ ଆଗାମୀ ଦିନରେ ରିଲିଜ ହେବାକୁ ଥିବା ମନ୍ତ୍ରମୁଗ୍ଧ ପାଇଁ ଅନେକ ଶୁଭକାମନା 🙏🏻
ଭଲ ସିନେମା ଭଲ ଚାଲିଛି ତାହା ନିଶ୍ଚୟ ଏକ ସୁନ୍ଦର କଥା 🙏🏻 ସବୁ ସିନେମାର ସମସ୍ତ କଳାକାର ଓ ଟେକ୍ନିସିଆନ୍ ଙ୍କୁ ଅଭିନନ୍ଦନ 🙏🏻 ଜୟ ଜଗନ୍ନାଥ 🙏🏻
#odisha #odiacinema #ollywood #ollywood #sabyasachi































