We work for climate-resilient sustainable development through the promotion of best practices, resource conservation, legal empowerment, and capacity building.

Bhubaneswar, India
Joined August 2016
-'ନିର୍ମାଣ'ରେ ନୂତନ ନିଯୁକ୍ତି ସୁଯୋଗ - ପଦବୀ : କ୍ଷେତ୍ର ସଂଯୋଜକ କର୍ମସ୍ଥଳୀ : କଲ୍ୟାଣସିଂ'ପୁର (ରାୟଗଡ଼ା ) ଆବେଦନର ଶେଷ ତାରିଖ : ୩୦ ଅକ୍ଟୋବର ଅଧିକ ବିବରଣୀ ପାଇଁ ନିମ୍ନ ଲିଙ୍କ୍ ଦ୍ରଷ୍ଟବ୍ୟ : facebook.com/share/p/1G4VPVG… NIRMAN invites applications for the post of Field Coordinator, by 30th October. More details available at: facebook.com/share/p/1G4VPVG… .
1
29
ଆଜି #ବିଶ୍ୱଖାଦ୍ୟଦିବସ, ଏବଂ ଏଥିପାଇଁ ଚଳିତ ବର୍ଷର ଆହ୍ୱାନ ହେଉଛି : 'ଖାଦ୍ୟବ୍ୟବସ୍ଥାରେ ନବୋଦ୍ଭାବନ , ଭବିଷ୍ୟତର ସୁପରିପୋଷଣ' I ଏହି ଅବସରରେ ଆମେ ଆମର ବିପୁଳ ସମ୍ଭାବନାଭରା ପାରମ୍ପରିକ ଖାଦ୍ୟବ୍ୟବସ୍ଥାକୁ କିପରି ସହଜରେ ଶ୍ୱେତସାର-ବହୁଳ ଖାଦ୍ୟରୁ ପୁଷ୍ଟିସାର-ବହୁଳ ଖାଦ୍ୟରେ ରୂପାନ୍ତରିତ କରିପାରିବା , ସେ ବିଷୟରେ ଚିନ୍ତା କରିବାର ସମୟ ଆସିଛି I The official theme for #WorldFoodDay 2026 is "Innovate today, nourish tomorrow". Let us make use of our high traditional potential of recipe innovations to transform carb-rich foods to protein- & mineral rich foods in the simple, feasible ways. Attached image created using @grok . #Foodsystems I #nutrition I #indigenousfoods @Food_Odisha , @fooddeptgoi
🤖 Made with AI
31
#ରାଷ୍ଟ୍ରୀୟମହିଳାକିସାନଦିବସର ଶୁଭେଚ୍ଛା ! ଆଜି ଆମେ ସେହି ମହିଳା କୃଷକମାନଙ୍କ ଶକ୍ତି, ଜ୍ଞାନ ଓ ଅକ୍ଳାନ୍ତ ଅବଦାନକୁ ସସମ୍ମାନ ତଥା ବିଶେଷ ସ୍ମରଣ କରୁଛୁ ଯେଉଁମାନେ ଆମ କ୍ଷେତ, ପଶୁପାଳନ, ଓ ଖାଦ୍ୟ ବ୍ୟବସ୍ଥାକୁ ପୋଷଣ କରନ୍ତି। ଶସ୍ୟ ରୋପଣ ଓ ପନିପରିବା ଚାଷରୁ ଆରମ୍ଭ କରି କୁକୁଡ଼ା ପାଳନ, ଗୋପାଳନ, ଅବା ଛେଳି ଚାଷ ଓ ଛତୁ ଚାଷ ପର୍ଯ୍ୟନ୍ତ ସେମାନଙ୍କ ହାତ ପରିବାର ଓ ଭୂମି ଉଭୟକୁ ବଞ୍ଚାଇ ରଖିଛି।
🤖 Made with AI
34
NIRMAN hosted a learning session today for 24 students from @XISSRanchi , at CYSD-DRTC, Bhubaneswar where they learnt how the @ecriccodisha project is helping build coastal resilience with #mangroves. More details at linkedin.com/feed/update/urn… . 'ନିର୍ମାଣ' ତଥା @ecriccodisha ଙ୍କ ସହଯୋଗରେ ଆଜି ଜାଭିଅର ସାମାଜିକ ସେବା ପ୍ରତିଷ୍ଠାନର ଛାତ୍ରୀମାନଙ୍କ ପାଇଁ ଭୁବନେଶ୍ୱର ଠାରେ ଆୟୋଜିତ ଲୁଣା ଜଙ୍ଗଲ ସମ୍ପର୍କରେ ଜ୍ଞାନ ଆହରଣ କାର୍ଯ୍ୟକ୍ରମ..... @theGCF , @UNDP_India
4
88
#Nuakhai #ନୂଆଖାଇ NIRMAN shares the happiness & delight of the Nuakhai celebration today that marks not simply a blessed harvest of the major staple crop, but much more by uniting family members and the society in an auspicious togetherness !
58
-'ନିର୍ମାଣ'ରେ ନୂତନ ନିଯୁକ୍ତି ସୁଯୋଗ - ପଦବୀ : ଜିଲ୍ଲା ପ୍ରକଳ୍ପ ସଂଯୋଜକ କର୍ମସ୍ଥଳୀ : ଦଶପଲ୍ଲା (ନୟାଗଡ଼ ) ଆବେଦନର ଶେଷ ତାରିଖ : ୧ ୭ ସେପ୍ଟେମ୍ବର ଅଧିକ ବିବରଣୀ ପାଇଁ ନିମ୍ନ ଲିଙ୍କ୍ ଦ୍ରଷ୍ଟବ୍ୟ : facebook.com/share/1HuyuTkxf… NIRMAN invites applications for the post of District Project Coordinator, by 17th September. More details available at: facebook.com/share/1HuyuTkxf…
3
89
'ନିର୍ମାଣ' ଲୋକଙ୍କୁ ସାମ୍ବିଧାନିକ ତଥା ଆଇନସମ୍ମତ ପ୍ରକ୍ରିୟା ଅନୁସରଣ କରିବାକୁ ପ୍ରୋତ୍ସାହନ ତଥା ମାର୍ଗଦର୍ଶନ ଦେଇଆସିଛି I ତଦନୁଯାୟୀ ଗତ କାଲି ସ୍ୱାଧୀନତା ଦିବସ ଉପଲକ୍ଷେ ଦଶପଲ୍ଲା ବ୍ଲକ ଟାକେରା ପଞ୍ଚାୟତରେ ସରକାରଙ୍କର ଦ୍ୱାରା ଆହୂତ #ସ୍ୱତନ୍ତ୍ରଗ୍ରାମସଭା ବୈଠକରେ ସ୍ଥାନୀୟ ତିଳାବାଡ଼ି ଗ୍ରାମସଭା (ପଲ୍ଲୀସଭା ) ପକ୍ଷରୁ ସରକାରଙ୍କର ହିଁ #DAJGUA କାର୍ଯ୍ୟକ୍ରମ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରସ୍ତୁତ #ଗୋଷ୍ଠୀଜଙ୍ଗଲସମ୍ପଦପରିଚାଳନାଯୋଜନାକୁ ଉପସ୍ଥାପିତ କରାଯାଇଥିଲା I ଏହି ଅବସରରେ ଗ୍ରାମ ପଞ୍ଚାୟତ ପକ୍ଷରୁ ଏହାକୁ କିପରି #ଗ୍ରାମପଞ୍ଚାୟତଉନ୍ନୟନଯୋଜନା(#GPDP)ରେ ଅନ୍ତର୍ଭୁକ୍ତ କରାଯାଇପାରିବ, ସେ ବିଷୟରେ ଆଲୋଚନା କରାଯାଇଥିଲା ଏବଂ ଉକ୍ତ ଜଙ୍ଗଲ ପରିଚାଳନା ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସହଯୋଗର ଆଶ୍ୱାସନା ଦିଆଯାଇଥିଲା I କହିବା ବାହୁଲ୍ୟ ଯେ ଏଭଳି ପ୍ରକ୍ରିୟା ପଞ୍ଚାୟତ ଭଳି ସ୍ୱାୟତ୍ତ ଶାସନ ସଂସ୍ଥା, ସରକାର, ତଥା ଗ୍ରାମଗୋଷ୍ଠୀଙ୍କ ମଧ୍ୟରେ ସହଯୋଗ ଓ ସମନ୍ବୟର ସମ୍ଭାବନା ପ୍ରକାଶ କରିଥାଏ ('ନିର୍ମାଣ' ପକ୍ଷରୁ ଫଟୋ ଓ ତଥ୍ୟ ଲିଙ୍ଗରାଜ କଲତା ) During the #SpecialGramSabha held yesterday at Takara Gram Panchayat, the Tilabadi Gram Sabha submitted its #CommunityForestResourceManagementPlan (#CFRMP), prepared and approved by the Gram Sabha in accordance with the Forest Rights Act (#FRA) and #DAJGUA guidelines. During the meeting, discussions were held on implementing the various action plans identified in the CFRMP with the support and coordination of the Gram Panchayat and on incorporating these activities into the #GramPanchayatDevelopmentPlan (#GPDP).The Gram Panchayat expressed its consent and support for including the identified activities in the GPDP and facilitating their implementation. This initiative will further strengthen coordination between the Gram Sabha and Gram Panchayat and contribute to the community-led protection and management of Community Forest Resources and sustainable village development. (Photo & info for NIRMAN courtesy Lingaraj Kalata) @AdmnNayagada , @OTahasildar
2
55
#ସଫଳକାହାଣୀ : ମାଟିବନ୍ଧ ନିର୍ମାଣ ଦ୍ୱାରା ୩ ବର୍ଷର ପଡ଼ିଆ ଜମିରେ ପୁଣି ଧାନ ଚାଷ ଚାଷୀଙ୍କ ନାମ: ତାବିନା କହଁର ଗ୍ରାମ: ସିରିଶିରା ଗ୍ରାମ ପଞ୍ଚାୟତ: ଦୁଡ଼ା ସହଯୋଗୀ ଅନୁଷ୍ଠାନ: 'ନିର୍ମାଣ' ନୟାଗଡ଼ ଜିଲ୍ଲା, ଦଶପଲ୍ଲା ବ୍ଲକ ଅଧୀନ ସିରିଶିରା ଗ୍ରାମର ଜଣେ ଛୋଟ ଚାଷୀ ହେଉଛନ୍ତି ତାବିନା କହଁର; ତାଙ୍କ ଚାଷ ଜମି ଗତ ୩ ବର୍ଷ ଧରି ପାଣି ଅଭାବ ଓ ମାଟି କ୍ଷୟ ସମସ୍ୟା ଯୋଗୁଁ ପଡ଼ିଆ ପଡ଼ି ରହିଥିଲା। ପାହାଡ଼-ତଳିଆ ଅଞ୍ଚଳରେ ଜମି ଥିବାରୁ ବର୍ଷା ସମୟରେ ଜଙ୍ଗଲରୁ ଆସୁଥିବା ପାଣିର ପ୍ରବାହ ଅତ୍ୟଧିକ ତୀବ୍ର ହୋଇ ଜମିର ହୁଡ଼ା ଭାଙ୍ଗି ଦେଉଥିଲା । ଏହା ସହିତ ଜମିରେ ବାଲିଚର ମାଡ଼ି ଯାଉଥିବାରୁ ମାଟିର ଉର୍ବରତା ହ୍ରାସ ପାଉଥିଲା ଏବଂ ଜମିରେ ପାଣି ଅଧିକ ସମୟ ରହୁନଥିଲା। ଏହି ସମସ୍ୟାର ସମାଧାନ ପାଇଁ 'ନିର୍ମାଣ' ତରଫରୁ Azim Premji Foundation(APF) ସହାୟତାରେ ଜମି ନିକଟରେ ଏକ ମାଟିବନ୍ଧ ନିର୍ମାଣ କରାଯାଇଥିଲା। ମାଟିବନ୍ଧର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବର୍ଷାଜଳର ତୀବ୍ର ପ୍ରବାହକୁ ଧୀର କରିବା, ମୃତ୍ତିକା କ୍ଷୟକୁ ରୋକିବା, ଏବଂ ଜମିରେ ଜଳଧାରଣ କ୍ଷମତା ବୃଦ୍ଧି କରିବା । ଏହା ଫଳରେ ବର୍ଷାଜଳ ଅଧିକ ସମୟ ଧରି ରହିବା ସହ ମାଟି ଭିତରକୁ ଜଳ ଶୋଷିତ ହେବାର ସୁଯୋଗ ବଢ଼ିଛି। ମାଟିବନ୍ଧ ନିର୍ମାଣ ପରେ ଚଳିତ ବର୍ଷ ଜମିରେ ପର୍ଯ୍ୟାପ୍ତ ଆର୍ଦ୍ରତା ରହିବା ସହ ଚାଷ ପାଇଁ ପାଣି ଉପଲବ୍ଧ ହୋଇଛି। ଫଳସ୍ୱରୂପ, ଗତ ୩ ବର୍ଷ ଧରି ପଡ଼ିଆ ପଡ଼ିଥିବା ଜମିରେ ତାବିନା କହଁର ପୁଣିଥରେ ଧାନ ଚାଷ ଆରମ୍ଭ କରିଛନ୍ତି (ଧାଡ଼ିରୁଆ ଭଳି ଉନ୍ନତ ପ୍ରଣାଳୀ ଅବଲମ୍ବନ କରି) । ଏହି ପଦକ୍ଷେପ କେବଳ ତାବିନାଙ୍କ ଜମିକୁ ପୁନଃଚାଷଯୋଗ୍ୟ କରିନାହିଁ, ବରଂ ଦୀର୍ଘ ଦିନ ଧରି ପଡ଼ିଆ ପଡ଼ିଥିବା ଅନ୍ୟ ଚାଷୀଙ୍କ ଜମିରେ ମଧ୍ୟ ପୁଣି ଥରେ ଚାଷ କରିବା ପାଇଁ ଆଶା ଓ ପ୍ରେରଣା ସୃଷ୍ଟି କରିଛି। ('ନିର୍ମାଣ' ପାଇଁ ଫଟୋ ବିବରଣୀ : ସୁମିତ୍ରା) Tabina Kahanra is a small farmer of Sirsira village in the Duda GP of Dasapalla Block. She had to leave her farmland fallow for last 3 years because uncontrolled heavy runoff of rain water from the nearby hilly area caused sand inundation in her land, and also the water retention capacity of this land became very low. With APF(Azim Premji Foundation) support NIRMAN helped her build earthen bund around this land which in turn helped control the runoff, increased the water retention capacity, and minimized the risk of sand inundation. This motivated Tabina to resume paddy cultivation (but adopting improved method as promoted by NIRMAN) in this land which has also created hope of other farmers of the area facing similar issues. (Photo & story for NIRMAN courtesy Sumitra ) @azimpremjiuniv , @krushibibhag
1
4
167
'ନିର୍ମାଣ'ର କୋଟଗଡ଼ କାର୍ଯ୍ୟାଳୟ ଠାରେ ସ୍ୱାଧୀନତା ଦିବସ ପାଳନ I ଆମର ଅନ୍ୟାନ୍ୟ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନର ଫଟୋଚିତ୍ର ପାଇଁ ନିମ୍ନ ଲିଙ୍କ୍ ଦ୍ରଷ୍ଟବ୍ୟ : linkedin.com/feed/update/urn…
4
127
Our #Assam field team salutes the tricolour celebrating this auspicious day of India's independence.
2
56
#ChilikaFieldSchool2026 (Details at linkedin.com/feed/update/urn… ) ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଆମର #ଚିଲିକାକ୍ଷେତ୍ରବିଦ୍ୟାଳୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ଯେଉଁଥିରେ ବହୁଦେଶୀୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ଚିଲିକାରୁ ସେମାନେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବାଙ୍କତଇଲା ଗ୍ରାମକୁ ମଧ୍ୟ ଯାଇଥିଲେ ଏବଂ ସେଠାରେ ଗୋଷ୍ଠୀ ଜଙ୍ଗଲ ସୁରକ୍ଷା ଓ ପରିଚାଳନା କିପରି ନାନା ଉପକାର ଦେବା ସହିତ ଲୋକଙ୍କୁ ଏକତାବଦ୍ଧ କରିପାରିଛି , ତାହା ମଧ୍ୟ ବୁଝିଥିଲେ I ବହୁଦେଶୀୟ ଏହି ଛାତ୍ରଛାତ୍ରୀମାନଙ୍କ ପାଇଁ ଏଇ ଅନୁଭୂତି କିଭଳି ଥିଲା, ତା'ର ବିବରଣୀମାନ ପ୍ରକୃତରେ ହୃଦୟସ୍ପର୍ଶୀ; ଯଥା: "ଆମମାନଙ୍କ ମଧ୍ୟରୁ ଅଧିକାଂଶ ବର୍ଷ ବର୍ଷ ଧରି ଶ୍ରେଣୀଗୃହ ଭିତରେ କାଟିଛନ୍ତି। ଆମେ ପଢ଼ିଛୁ, ବକ୍ତୃତା ଶୁଣିଛୁ, କାର୍ଯ୍ୟ ପ୍ରସ୍ତୁତ କରିଛୁ, ଆଉ ଧୀରେ ଧୀରେ ବିଶ୍ୱାସ କରିବାକୁ ଲାଗିଛୁ ଯେ ଜ୍ଞାନ କେବଳ ବହି ଭିତରେ ରହେ। କିନ୍ତୁ ଜ୍ଞାନ ଗୋଟିଏ ଡଙ୍ଗା ଭିତରେ ମଧ୍ୟ ରହେ। ଜଳଭୂମି ଭିତରେ ରହେ। ଜଣେ ବୃଦ୍ଧ ମତ୍ସ୍ୟଜୀବୀଙ୍କ ସ୍ମୃତିରେ ରହେ। ସଞ୍ଚୟ ଗୋଷ୍ଠୀ ଚଳାଉଥିବା ମହିଳାଙ୍କ ହାତରେ ରହେ। ଚିଲିକାରେ ଆମ ଶ୍ରେଣୀଗୃହର କାନ୍ଥ ନଥିଲା। ଆମ ଶିକ୍ଷକମାନେ ମଞ୍ଚ ପଛରେ ଠିଆ ହୋଇ ନଥିଲେ। ସେମାନେ ଥିଲେ ମତ୍ସ୍ୟଜୀବୀ, ଜଙ୍ଗଲ ରକ୍ଷକ, ମହିଳା ନେତ୍ରୀ ଓ ଗାଁ'ର ବୟସ୍କମାନେ। ଆଉ ଚିଲିକା ନିଜେ।" "ଆମେ କେବଳ ଚିଲିକାକୁ ଦେଖିଲୁ ନାହିଁ। ଆମେ ତା'କୁ ଶୁଣିଲୁ। ଜଳଭୂମିକୁ ଫେରୁଥିବା ପକ୍ଷୀ। ମାଛ ବଜାରର ସ୍ୱର। କୂଳରେ ଖେଳୁଥିବା ପିଲାଏ। ଆମେ xxx ଶୁଖୁଥିବା ମାଛର ଗନ୍ଧ ପାଇଲୁ। ଖଡ଼ଖଡ଼ିଆ ଜାଲ ଧରିଲୁ। ଘୁଞ୍ଚୁଥିବା ବାଲି ଉପରେ ଚାଲିଲୁ ଓ ଅପରାହ୍ନର ଖରା ଅନୁଭବ କଲୁ। ଧୀରେ ଧୀରେ ବୁଝିଲୁ ଯେ ପ୍ରତ୍ୟେକ ଇନ୍ଦ୍ରିୟ ଆମକୁ ଏମିତି କିଛି ଶିଖାଉଛି ଯାହା ଅନ୍ୟ କେହି ଶିଖାଇ ପାରନ୍ତା ନାହିଁ। ଆମେ ଶିଖିଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକ କେବେ ବି ପ୍ରଶ୍ନାବଳୀ ଭିତରେ ଧରି ହୋଇ ନଥାନ୍ତା। ସେଗୁଡ଼ିକ ଲେଖା ହେବା ପୂର୍ବରୁ ହିଁ ଅନୁଭବ କରାଯାଇଥିଲା।" "ଆମେ ଗବେଷକ ହୋଇ ଆସିଥିଲୁ। ଆମେ ଶିକ୍ଷାର୍ଥୀ ହୋଇ ଫେରିଲୁ। ଆମେ ଭେଟିଥିବା ଲୋକମାନେ କେବଳ ଉତ୍ତରଦାତା ନଥିଲେ। ସେମାନେ ଜ୍ଞାନର ଧାରକ ଥିଲେ। ପାଣି କେବେ ବଦଳେ ସେମାନେ ଜାଣନ୍ତି। କେଉଁ ଋତୁ ବିଫଳ ହେଉଛି ଓ କାହିଁକି, ସେମାନେ ଜାଣନ୍ତି। ମାଛ କମ୍ ମିଳିଲେ ସେମାନଙ୍କ ଜେଜେବାପା କଣ କରୁଥିଲେ, ସେମାନେ ଜାଣନ୍ତି। ନିଜ ଭୂମିକୁ ସେମାନେ ଏମିତି ବୁଝନ୍ତି ଯାହା ଆମର କୌଣସି ତଥ୍ୟ ଧରି ପାରନ୍ତା ନାହିଁ। ସେମାନେ ଆମକୁ ଦେଇଥିବା ସର୍ବଶ୍ରେଷ୍ଠ ଜିନିଷ ଥିଲା ନମ୍ରତା।" "ବୋଧହୁଏ ସବୁଠାରୁ ବଡ଼ ପରିବର୍ତ୍ତନ ଚିଲିକାରେ ଘଟିଲା ନାହିଁ। ଏହା ଆମ ଭିତରେ ଘଟିଲା। ଆମେ ଆସିଥିଲୁ ଏହା ଭାବି ଯେ ଗବେଷଣା ଅର୍ଥ ତଥ୍ୟ ସଂଗ୍ରହ। ଆମେ ଫେରିଲୁ ଏହା ବୁଝି ଯେ ଗବେଷଣା ଶୁଣିବାରୁ ଆରମ୍ଭ ହୁଏ। ଆମେ ଆସିଥିଲୁ ଏହା ଭାବି ଯେ ସମ୍ପ୍ରଦାୟକୁ ଆମର ଉତ୍ତର ଦରକାର। ଆମେ ଫେରିଲୁ ଏହା ଜାଣି ଯେ ସେମାନଙ୍କ ପାଖରେ ଅନେକ ଉତ୍ତର ପୂର୍ବରୁ ଥିଲା। ଆମକୁ କେବଳ ଭଲ ପ୍ରଶ୍ନ ପଚାରିବା ଶିଖିବାକୁ ଥିଲା। ଦର୍ଶକରୁ ଶିକ୍ଷାର୍ଥୀ ହେବାର ଏହି ପରିବର୍ତ୍ତନ ଆମେ ଆଗାମୀ ପ୍ରତ୍ୟେକ କାମରେ ସାଙ୍ଗରେ ନେଇଯିବୁ।" (ଫଟୋ ଓ ତଥ୍ୟ ସୌଜନ୍ୟ : ରବି ନାରାୟଣ ପରିଡ଼ା , ଲିଙ୍ଗରାଜ କଲତା , ପ୍ରଶାନ୍ତ ମହାନ୍ତି ) @V2VPartnership , @UWaterloo , @IITKgp , @ChilikaDevAuth , @DChilika
📸 Take a look at this photo taken at Chilika Lagoon in Odisha, India, featuring participants of the Krushna Chandra Jena Chilika Vulnerability to Viability (V2V) Annual Field School 2026. Read more👉v2vglobalpartnership.org/v2v…
1
2
87
ବାବା ତ୍ରିନାଥ ଦେବ ଲୁଣା ଜଙ୍ଗଲ ସୁରକ୍ଷା କମିଟି, ନାନପୁର (ଝାର୍ଲିଙ୍ଗ ପଞ୍ଚାୟତ , ଅସ୍ତରଙ୍ଗ ବ୍ଲକ , ପୁରୀ) ତଥା 'ନିର୍ମାଣ', ଭୁବନେଶ୍ୱରଙ୍କ ଦ୍ୱାରା ମିଳିତ ଭାବେ ଆଜି #ବିଶ୍ୱଲୁଣIଜଙ୍ଗଲଦିବସ ପାଳିତ ହୋଇଯାଇଛି I ଏଥିରେ ସ୍ଥାନୀୟ ମହିଳାମାନଙ୍କ ଦ୍ୱାରା ୧୦ ଗୋଟି ବଡ଼ ରାଇ ତଥା ୧୦ ଗୋଟି ବନ୍ଦରୀ ଚାରା ରୋପଣ କରି ନାନପୁର ଗ୍ରାମରେ ଲୁଣା ଜଙ୍ଗଲ ବିସ୍ତାର କାର୍ଯ୍ୟକ୍ରମର ସାଙ୍କେତିକ ଶୁଭାରମ୍ଭ କରାଯାଇଛି I ('ନିର୍ମାଣ' ପକ୍ଷରୁ ତଥ୍ୟ ଓ ଫଟୋ ସୌଜନ୍ୟ ଶ୍ରୀ ଅଶ୍ୱିନୀ ନାୟକ ) NIRMAN celebrated the WorldMangroveDay2026 jointly with its local partner at Nanapur today. More details at: linkedin.com/feed/update/urn… @Mangroves @MangroveCare @MangroveProject
1
79
#କସ୍ତୁରା : 'ନିର୍ମାଣ' ପକ୍ଷରୁ ଏକ ପୁନରାବିଷ୍କାର !! #Kastura : A rediscovery by NIRMAN (linkedin.com/feed/update/urn… ) ୧ ୯ ୨ ୮ ମସିହାରେ ପ୍ରକାଶିତ ଡାକ୍ତର ରାଧାଚରଣ ପଣ୍ଡାଙ୍କର 'ପାରିକୁଦ' ବହିରେ 'କସ୍ତୁରା' ବୋଲି ଚିଲିକାରେ ଦେଖାଯାଉଥିବା ଗୋଟିଏ ଜଳଜୀବର ଉଲ୍ଲେଖ ଅଛି , କିନ୍ତୁ ବର୍ତ୍ତମାନ ଚିଲିକାର ମତ୍ସ୍ୟଜୀବୀ 'କସ୍ତୁରା' କହିଲେ ଗୋଟିଏ ବିପଜ୍ଜନକ, ଦାଢୁଆ ଜଳବସ୍ତୁକୁ ଅଧିକ ବୁଝନ୍ତି ଯାହା ଅନାବୃତ ଗୋଡ଼ହାତରେ ଦୈବାତ ବାଜିଗଲେ ଦେହ କଟିଯାଏ, ରକ୍ତାକ୍ତ ହୋଇଯାଏ I ପ୍ରାୟ ୬ ବର୍ଷ ତଳେ ଯେତେବେଳେ ଚିଲିକାକୁ ନେଇ ଆମର ବିଧିବଦ୍ଧ ଗବେଷଣା ଆରମ୍ଭ ହେଲା , ସେତେବେଳେ ସାତପଡ଼ା -ମହିଷା ବ୍ରହ୍ମପୁର ଅଞ୍ଚଳର ପ୍ରବୀଣ ମତ୍ସ୍ୟଜୀବୀ 'କସ୍ତୁରା'ର ପ୍ରାଦୁର୍ଭାବ ବୃଦ୍ଧି କିଭଳି ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ପାଇଁ ଅନ୍ୟତମ ସମସ୍ୟା ପାଲଟିଛି, ସେ ବିଷୟରେ ଆମକୁ କହିଥିଲେ I ତେବେ ଏଇ ଜଳବସ୍ତୁଟିକୁ ପ୍ରକୃତରେ କ'ଣ ? ପ୍ରାଣୀ, ନା ନିର୍ଜୀବ ବସ୍ତୁ ? କୌତୂହଳର କଥା ଯେ ଚିଲିକା ଠାରୁ ଅନେକ ଦୂର ଅସ୍ତରଙ୍ଗ ବ୍ଲକ #କେଉଟଜଙ୍ଗା ଠାରେ -ଯେଉଁଠି ଆମର ଲୁଣାଜଙ୍ଗଲ ପ୍ରସାର ଉଦ୍ୟମ ଜାରି ରହିଛି-, ସ୍ଥାନୀୟ ଲୋକେ ସେଇ କସ୍ତୁରାଜନିତ ବିପଦ କଥା କହିଥା'ନ୍ତି I ଆମର ଗବେଷକ ବିକାଶ ରଥ ଗତ କାଲି କେଉଟଜଙ୍ଗା ଠାରେ କିଛି କସ୍ତୁରା ଦେଖିବାକୁ ପାଇ ଏହାର ନମୁନା ସଂଗ୍ରହ କରିଥିଲେ ଏବଂ ବୈଜ୍ଞାନିକ ପରାମର୍ଶରୁ ଜଣାଗଲା ଯେ ଶାମୁକାଜାତୀୟ କିଛି ପ୍ରାଣୀ ବେଳେବେଳେ ପରସ୍ପର ସହିତ ଲାଖିଯାଆନ୍ତି ଏବଂ ଏକ ପ୍ରକାର ଅଠାଳିଆ ରସ ଦ୍ୱାରା ସେମାନଙ୍କର ଖୋଳମାନ ଯୋଡ଼ି ହୋଇରହିଯାଏ ଯାହା ପରେ ଏଇ କସ୍ତୁରା ନାମକ ବିପଜ୍ଜନକ ଜଳବସ୍ତୁକୁ ଜନ୍ମ ଦେଇଥାଏ I ଏହା ଦେଖିବାକୁ 'ଆବଡ଼ାଖାବଡ଼ା' ପଥରଟିଏ ପରି I ସେଇ ପ୍ରାଣୀମାନଙ୍କର ଖୋଳପା-ଧାର ଏଥିରେ ଇତସ୍ତତଃ ବାହାରି ରହିଥାଏ ଯାହା ଗୋଡ଼ରେ ବାଜିଗଲେ ବ୍ଲେଡ଼-ପ୍ରାୟ କାଟିଦିଏ I ତେବେ ଏଗୁଡ଼ିକ ଭିତରେ ଥିବା ପ୍ରାଣୀଗୁଡ଼ିକ ସମ୍ପୂର୍ଣ୍ଣ ମରିଯିବା ପରେ ଏହାକୁ ସଂଗ୍ରହ କରି ସିପ -ଚୂନ ବା ପ୍ରାଣୀଜ ଚୂନ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଇପାରେ I @ChilikaDevAuth , @DChilika , @odishawildlife
1
92
ଚଳିତ ରାଜ୍ୟ ସରକାରଙ୍କର ୨ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ପ୍ରତିଟି କୋଣ ଅନୁକୋଣରେ ବିକାଶର ବାର୍ତ୍ତା ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ଆୟୋଜିତ #ବିକାଶରଧାରାଓଡ଼ିଶାସାରା କାର୍ଯ୍ୟକ୍ରମ ଗତ ୨୦ ତାରିଖ ଦିନ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଠାରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସ୍ଥାନୀୟ ସରକାରୀ ପଦାଧିକାରୀ , ଆଶା କର୍ମୀ , ଅଙ୍ଗନବାଡ଼ି କର୍ମୀ, ଏବଂ ଅନ୍ୟମାନଙ୍କ ଉପସ୍ଥିତିରେ ଉତ୍କୃଷ୍ଟ କାର୍ଯ୍ୟ ଓ ଅବଦାନ ପାଇଁ ସମ୍ବର୍ଦ୍ଧିତ କର୍ମୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଆମର ଜଣେ ପ୍ରବୀଣ କର୍ମୀ ଶ୍ରୀ ସନ୍ତୋଷ ପରିଡ଼ାଙ୍କୁ #ଜଙ୍ଗଲଅଧିକାରଆଇନର ସଫଳ କାର୍ଯ୍ୟକାରିତା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍ତରୀୟ ଦେଇ ସମ୍ମIନିତ କରାଯାଇଥିଲା I ପ୍ରକୃତରେ ମଧ୍ୟ ଶ୍ରୀ ପରିଡ଼ା ବହୁ ବର୍ଷ ଧରି ଜିଲ୍ଲା ପ୍ରଶାସନକୁ ଜଙ୍ଗଲ ଅଧିକାର ଆଇନର ସଫଳ କାର୍ଯ୍ୟକାରିତା ପାଇଁ ବହୁ ପ୍ରକାରେ ସହଯୋଗ କରିଆସିଛନ୍ତି ଯାହାର ବିଧିବଦ୍ଧ ପ୍ରାଶାସନିକ ସ୍ୱୀକୃତି ପାଇଁ ଆମେ ସ୍ଥାନୀୟ ପ୍ରଶାସନକୁ ସାଧୁବାଦ ଜଣାଉଛୁ I Sri Santosh Parida, one of the senior-most team members of our #Rayagada district team, was felicitated in the #bikasharadharaodishasara programme of the state government organized locally by the Block administration, #Kashipur in the Rayagada district on 20th June recognizing his commendable contribution in the successful implementation of the #FRA in the district. @DM_Rayagada , @kashipur_ps , @ForestRightsAct
1
72
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂ'ପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ଉପର ଅଞ୍ଚଳବାଡ଼ି ତଥା ତଳ ରା଼ମ୍ବୁ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ 'ନିର୍ମାଣ'ର ପ୍ରୋତ୍ସାହନ ତଥା ପ୍ରୟାସ କ୍ରମେ ପରିବେଶ ସୁରକ୍ଷା, ଜଙ୍ଗଲର ଅଭିବୃଦ୍ଧି , ତଥା ଉପଯୋଗୀ ବୃକ୍ଷ ପ୍ରଜାତିର ବିସ୍ତାର ଉଦ୍ଦେଶ୍ୟରେ #ମଞ୍ଜିଗୁଳାମାନ ପ୍ରସ୍ତୁତିରେ ସହଯୋଗ ସହିତ ସେଗୁଡ଼ିକୁ ଗତ କାଲି ସ୍ଥାନୀୟ ଜଙ୍ଗଲାଞ୍ଚଳରେ ନିକ୍ଷେପ କରିବାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ I ଏହି ମଞ୍ଜି ଗୁଳାରେ ଦେଶୀ ଆମ୍ବ , ଜାମୁ, କରଞ୍ଜ, ପଣସ, ଖଜୁରୀ, ତଥା ତେନ୍ତୁଳି ମଞ୍ଜି ରହିଛି I (ତଥ୍ୟ ଓ ଫଟୋ ସୌଜନ୍ୟ : ରାଜେଶ କୌଶଲ୍ୟା ) NIRMAN facilitated broadcasting of #seedballs by women SHG members in two tribal villages of Rayagada district yesterday. More details at: linkedin.com/feed/update/urn… . #Plantationdrive @DM_Rayagada , @dfo_rayagada
1
62
ଆଜି #ବସୁମତୀସ୍ନାନ ସହିତ ମାଟି ଓ ମାତୃ ଶକ୍ତିର ଉତ୍ସବ ପର୍ବ #ରଜ ଯେ ଶେଷ ହୋଇଛି , ତାହାର ମର୍ମ ବାର୍ତ୍ତାଟି ଏହି ଯେ #ମୌସୁମୀ ସ୍ପର୍ଶ କରିବା ମାତ୍ରେ ହିଁ ତତ୍କାଳ କୃଷି କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ , ବରଂ ଧରଣୀକୁ ବିକ୍ଷୁବ୍ଧ ନ କରି କିଛି ଦିନ ସମୟ ଦେବାକୁ ହେବ ଋତୁ ପରିବର୍ତ୍ତନ ସହିତ ନିଜକୁ ଖାପ ଖୁଆଇବା ପାଇଁ ; ତା' ପରେ ଯାଇ କୃଷି କାର୍ଯ୍ୟ ଆରମ୍ଭ କରାଯିବା ଉଚିତ ; ଠିକ୍ ସେଇଭଳି ଯେପରି କି ବାଳିକାଟିଏ ପ୍ରଜନନକ୍ଷମ ହେବା ମାତ୍ରେ ତା'କୁ ତୁରନ୍ତ ବିବାହ ଓ ମାତୃତ୍ୱ ପାଇଁ ବାଧ୍ୟ ନ କରି ତା'ର ଶାରୀରିକ ତଥା ମାନସିକ ପରିପକ୍ଵତା ଆସିବା ପର୍ଯ୍ୟନ୍ତ ଅପେକ୍ଷା କରି ହିଁ ବିବାହ ଓ ମାତୃତ୍ୱ ଶ୍ରେୟସ୍କର I ଏହି ପର୍ବ ମାଟି ଓ ମାତୃତ୍ଵ ପ୍ରସଙ୍ଗରେ ସମ୍ବେଦନଶୀଳ, ଯତ୍ନଶୀଳ, ତଥା ବିବେକୀ ହେବା ପାଇଁ ସମାଜକୁ ଶିକ୍ଷା ଦେଇଥାଏ I Odisha's #Raja festival that restricts any agricultural activity or any harm to Mother Earth during its first three days, has been concluded today (Day-4) with the ritual bathing & worship of the Mother Earth (known as 'Basumati snana') which now allows the farming activities. The message of this festival, which is also a celebration of womanhood, is that the earth should not be immediately ploughed when the monsoon arrives, and similarly a girl attaining puberty should not be immediately subjected to marriage & motherhood, because that would be too premature. Thus, it asks the society to be sensitive and judicious towards #women and the #earth. @UN_Women ; @unwomenindia , @wearewfa , @Culturedeptt , @OdiaCulture
30