ଅହେତୁକ ଦରଦାମ୍ ବୃଦ୍ଧିରେ ଅତିଷ୍ଠ ସାଧାରଣ ଜନତା । ଏହାର ପ୍ରତିବାଦରେ ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯାଇଛି । #OJC #OJCProtest #Bhubaneswar #Odisha
1
116
ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଓଡ଼ିଶା ଜନତା କଂଗ୍ରେସର ବିଧାନସଭା ଘେରାଉ କାର୍ଯ୍ୟକ୍ରମ ସଫଳ ହୋଇଛି। ସରକାର ଦରଦାମ ନିୟନ୍ତ୍ରଣରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଦରଦାମ୍ ନିୟନ୍ତ୍ରଣ ପାଇଁ ସରକାର ଯଦି କୈାଣସି ଠୋସ୍ ପଦକ୍ଷେପ ନ ନିଅନ୍ତି, ଏହି ପ୍ରତିବାଦ ଆହୁରି ତୀବ୍ରତର ହେବ ।
84
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ । ସରଳ ଜୀବନଯାପନ, ଅତୁଳନୀୟ ତ୍ୟାଗ ଓ ନିଷ୍ଠାପର ଜନସେବା ତାଙ୍କୁ ଓଡ଼ିଶାର ରାଜନୈତିକ ଇତିହାସରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଶୋଷିତ, ନିଷ୍ପେଷିତ ଓ ସାଧାରଣ ଜନତାଙ୍କ ଅଧିକାର ତଥା ସମାଜର ସାମଗ୍ରିକ ଉନ୍ନତି ପାଇଁ ତାଙ୍କର ଅବଦାନ ଚିରସ୍ମରଣୀୟ।
109
କଟକ ସହରର ସୁପରିଚିତ ମୁରବୀ, ଅଲିଶାବଜାର ପୂଜା କମିଟିର ପୂର୍ବତନ ସାଧାରଣ ସମ୍ପାଦକ, ଅଲିଶାବଜାର କେଉଟ ସାହିର ମହନ୍ତ, ବକ୍ସିବଜାର ବ୍ୟବସାୟୀ କମିଟିର ସାଧାରଣ ସମ୍ପାଦକ ତଥା ରାଣୀହାଟ ଟୁଙ୍ଗୀର ସମ୍ପାଦକ ସ୍ୱର୍ଗତ ବଟକୃଷ୍ଣ ବେହେରାଙ୍କ ଏକାଦଶାହ ଅବସରରେ ଯୋଗଦେଇ ତାଙ୍କ ସ୍ମୃତିଚାରଣ କରିବା ସହ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲି । – at Cuttack, India
1
154
କଟକର CDA ସେକ୍ଟର-୬ ସ୍ଥିତ DAV ସ୍କୁଲ୍ ପରିସରରେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାତା ଓ ଆୟୋଜକମାନଙ୍କୁ ଉତ୍ସାହିତ କଲି। ଜଣେବ୍ୟକ୍ତିଙ୍କ ରକ୍ତଦାନ ଅନ୍ୟଜଣଙ୍କ ପାଇଁ ନୂଆ ଜୀବନର ଆଶା ହୋଇପାରେ। ଏହି ମହତ୍ କାର୍ଯ୍ୟରେ ସ୍ୱଇଚ୍ଛାରେ ଆଗେଇ ଆସିଥିବା ସମସ୍ତ ରକ୍ତଦାତାଙ୍କ ମାନବିକତା ଓ ସେବା ମନୋଭାବକୁ ଅନ୍ତରରୁ ସାଧୁବାଦ ଜଣାଉଛି।
202
ଅତିଷ୍ଠ ଓଡ଼ିଶାବାସୀ, ନୀରବ କାହିଁକି ଲୋକଙ୍କ ସରକାର ?
ବଢ଼ୁଥିବା ଦରବୃଦ୍ଧି ବିରୁଦ୍ଧରେ ଆସନ୍ତା ନଭେମ୍ୱର ୨୩ ତାରିଖ ଦିନ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ ବିଧାନସଭା ଘେରାଉ କରାଯିବ। ସରକାରଙ୍କ ଆଖି ଖୋଲିବାକୁ ଦରବୃଦ୍ଧି ପ୍ରତିବାଦରେ ହେବାକୁ ଥିବା ଏହି ଆନ୍ଦୋଳନକୁ ସଫଳ କରନ୍ତୁ।
ତାରିଖ: ନଭେମ୍ୱର ୨୩
ସ୍ଥାନ: ବିଧାନସଭା ସମ୍ମୁଖ – at Bhubaneshwar, India
4
146
ମହାନ ସ୍ୱାଧୀନତା ସଂଗ୍ରାମୀ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ଉତ୍କଳ କେଶରୀ ଡଃ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ତାଙ୍କର ଆଦର୍ଶ, ତ୍ୟାଗ ଓ ଓଡ଼ିଶା ପ୍ରତି ଅତୁଳନୀୟ ନିଷ୍ଠା ଆମ ସମସ୍ତଙ୍କୁ ଏକ ସମୃଦ୍ଧ, ସ୍ୱାଭିମାନୀ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ସର୍ବଦା ପ୍ରେରଣା ଯୋଗାଉଥିବ।
1
114
ପେଟ୍ରୋଲ ଠାରୁ ଆରମ୍ଭ କରି ରୋଷେଇ ଘରର ସାମଗ୍ରୀ ପର୍ଯ୍ୟନ୍ତ, ସବୁଥିରେ ଅହେତୁକ ଦରବୃଦ୍ଧି ସାଧାରଣ ମଣିଷର ଅଣ୍ଟା ଭାଙ୍ଗି ଦେଇଛି।ଜନସାଧାରଣଙ୍କ ଏହି ମୌଳିକ ସମସ୍ୟାକୁ ନେଇ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଆସନ୍ତା ୨୩ ତାରିଖ ଦିନ ବିଧାନସଭା ଘେରାଉ ଡାକରା ଦିଆଯାଇଛି। ନିଜର ହକ୍ ପାଇଁ ଏହି ଗଣ ଆନ୍ଦୋଳନରେ ବହୁ ସଂଖ୍ୟାରେ ଯୋଗ ଦିଅନ୍ତୁ...
2
88
ଓଡ଼ିଶା ଜନତା କଂଗ୍ରେସ ପରିବାର ପାଇଁ ଆଜି ଏକ ଅପୂରଣୀୟ କ୍ଷତି। ଆମ ଦଳର କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀ ଜୟନ୍ତ କୁମାର ନାୟକଙ୍କ ବିୟୋଗ ଖବର ମୋତେ ଗଭୀର ଭାବେ ମର୍ମାହତ ଓ ଦୁଃଖିତ କରିଛି। ସେ କେବଳ ଜଣେ ଦଳୀୟ ପଦାଧିକାରୀ ନଥିଲେ, ବରଂ ଓଡ଼ିଶା ଜନତା କଂଗ୍ରେସ ପରିବାରର ଜଣେ ନିଷ୍ଠାବାନ୍ ସଦସ୍ୟ ଏବଂ ସଂଗଠନର ଜଣେ ସକ୍ରିୟ ସାଥୀ ଥିଲେ।
1
112
ଅହେତୁକ ଦରଦାମ୍ ବୃଦ୍ଧି ସାଧାରଣ ଜନତାଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି। ଜନସାଧାରଣଙ୍କ ଏହି ସମସ୍ୟାକୁ ନେଇ ଆସନ୍ତା ନଭେମ୍ବର ୨୩ ତାରିଖରେ ଓଜେସି ପକ୍ଷରୁ ହେବାକୁ ଥିବା ବିଧାନସଭା ଘେରାଉ କାର୍ଯ୍ୟକ୍ରମକୁ ସଫଳ ଓ ବ୍ୟାପକ ଜନଆନ୍ଦୋଳନରେ ପରିଣତ କରିବାଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ଦଳୀୟକାର୍ଯ୍ୟାଳୟରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଯୋଗଦେଲି।
71
କଟକର ମଠସାହି ଗ୍ରାମସ୍ଥିତ ଗୋପାଳଜୀଉ ଲେନ୍ଠାରେ ନବନିର୍ମିତ ପ୍ରଭୁ ଶ୍ରୀ କାର୍ତ୍ତିକେଶ୍ୱରଙ୍କ ପିତ୍ତଳମେଢ଼ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଅତ୍ୟନ୍ତ ଆନନ୍ଦିତ ହେଲି। ଏହି ପବିତ୍ର ଅବସରରେ ଭଗବାନ କାର୍ତ୍ତିକେଶ୍ୱରଙ୍କ ଆଶୀର୍ବାଦ କାମନା କରିବା ସହ ସମସ୍ତ ଆୟୋଜକ, ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲି।
1
105
ଅହେତୁକ ଦରଦାମ୍ ବୃଦ୍ଧି ଯୋଗୁଁ ସାଧାରଣ ଜନତା ଅତିଷ୍ଠ। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀଠାରୁ ଆରମ୍ଭ କରି ଖାଦ୍ୟପଦାର୍ଥ ପର୍ଯ୍ୟନ୍ତ ସବୁକିଛିର ଦରବୃଦ୍ଧି ଗରିବ ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏହା ପ୍ରତିବାଦରେ ଆସନ୍ତା ନଭେମ୍ବର ୨୩ ତାରିଖରେ ବିଧାନସଭା ଘେରାଉ କରିବ ଓଡ଼ିଶା ଜନତା କଂଗ୍ରେସ।
1
133
କଟକ ମହାନଗର ନିଗମର ୧୮ନଂୱାର୍ଡ ଅନ୍ତର୍ଗତ ସୂତାହାଟ ଉପରସାହିଠାରେ ଆୟୋଜିତ ଚା’ ଖଟି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ମତ ବିନିମୟ କରିଥିଲି । ଅଞ୍ଚଳର ବିଭିନ୍ନ ସମସ୍ୟା, ମୌଳିକ ସୁବିଧା ଓ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କସହ ଖୋଲାଖୋଲି ଆଲୋଚନା କରିବାସହ ସେମାନଙ୍କର ମୂଲ୍ୟବାନ ପରାମର୍ଶ ଓ ମତାମତ ଶୁଣିଥିଲି ।
2
100
ଓଡ଼ିଆ ସଙ୍ଗୀତ ଜଗତର ଅମର ସ୍ୱର, କାଳଜୟୀ ସଙ୍ଗୀତକାର, ଗାୟକ ଓ ଗୀତିକାର ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ତାଙ୍କ ଅନନ୍ୟ ସଙ୍ଗୀତ ସାଧନା, ମନଛୁଆଁ କଣ୍ଠସ୍ୱର ଓଡ଼ିଆ ସଙ୍ଗୀତ ଜଗତକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ସେ ଆମ ଗହଣରେ ନଥିଲେ ମଧ୍ୟ ତାଙ୍କ ସୃଷ୍ଟି ତାଙ୍କୁ ଯୁଗ ଯୁଗ ପାଇଁ ଅମର କରି ରଖିବ ।
1
92
କଟକ ମହାନଗର ନିଗମର ୨୮ ନମ୍ବର ୱାର୍ଡରେ ଆୟୋଜିତ ଚା’ ଖଟି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ମତ ବିନିମୟ କରିଲି ।
94
କଟକ ମହାନଗର ନିଗମର ୩୦ ନମ୍ବର ୱାର୍ଡ ଅନ୍ତର୍ଗତ ରାଜାବଗିଚା ଅଞ୍ଚଳର ପୂର୍ବତନ କର୍ପୋରେଟର ପ୍ରାର୍ଥୀ ଗୌରାଙ୍ଗ ବେହେରା (ବାବାଜୀ)ଙ୍କ ବିୟୋଗ ଖବର ମୋତେ ଗଭୀର ଭାବେ ମର୍ମାହତ କରିଛି । ଈଶ୍ୱର ଦିବଙ୍ଗତ ଆତ୍ମାଙ୍କୁ ନିଜ ଶ୍ରୀଚରଣରେ ସ୍ଥାନ ଦେବା ସହ ପରିବାରବର୍ଗଙ୍କୁ ଏହି ଅସହ୍ୟ ଦୁଃଖ ସହିବା ପାଇଁ ଶକ୍ତି ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ।
93
କଟକର ଚହଟା ଅଞ୍ଚଳସ୍ଥିତ ବାଇମୁଣ୍ଡି ଦଶଘାଟ ପରିଦର୍ଶନ କରି ସ୍ଥାନୀୟ ଅଞ୍ଚଳର ସ୍ଥିତି ଓ ବିଭିନ୍ନ ବିଷୟ ସମ୍ପର୍କରେ ଅବଗତ ହେଲି। ଘାଟର ଉନ୍ନତି ପାଇଁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନାକରି ସେମାନଙ୍କ ମତାମତ ଓ ସମସ୍ୟା ବୁଝିବାର ସୁଯୋଗ ମିଳିଲା।ଜନସାଧାରଣଙ୍କ ସୁବିଧା ଏବଂ ସ୍ଥାନୀୟ ସମସ୍ୟାର ସମାଧାନ ଦିଗରେ ସମସ୍ତଙ୍କ ମତାମତ ଗୁରୁତ୍ୱପୂର୍ଣ୍ଣ।
80
ଓଡ଼ିଶୀ ଆଣ୍ଡ ବିୟଣ୍ଡ ପକ୍ଷରୁ ଆୟୋଜିତ ମାସିକ ସାଂସ୍କୃତିକ କାର୍ଯ୍ୟକ୍ରମ 'ବୈଠକ'ର ୧୭ତମ ସଂସ୍କରଣରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ବିଲୁପ୍ତପ୍ରାୟ ପାରମ୍ପରିକ ନାଟ୍ୟକଳା ପ୍ରହଲ୍ଲାଦ ନାଟକର ଏକ ଅଭୂତପୂର୍ବ ପରିବେଷଣ ଦେଖିବାର ସୁଯୋଗ ମିଳିଲା । ୨୫ ଜଣ କଳାକାରଙ୍କ ଦ୍ୱାରା ଦୀର୍ଘ ୧୨ ଘଣ୍ଟା ଧରି ଏହି ମହାନାଟକ ପରିବେଷଣ ।
82
ଭୁବନେଶ୍ୱରଠାରେ ଆୟୋଜିତ DCL Unity Football Cup କାର୍ଯ୍ୟକ୍ରମରେ ଯୋଗଦେଇ ଖେଳାଳି, ଆୟୋଜକ ଓ କ୍ରୀଡ଼ାପ୍ରେମୀଙ୍କ ସହ ଭାବବିନିମୟ କରିବାର ସୁଯୋଗ ମିଳିଲା । କ୍ରୀଡ଼ା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ଶୃଙ୍ଖଳା, ଏକତା, ଭାଇଚାରା ଓ ସହଯୋଗର ଏକ ଶକ୍ତିଶାଳୀ ପ୍ରତୀକ। ଆୟୋଜକମାନଙ୍କ ଉଦ୍ୟମକୁ ସାଧୁବାଦ ଜଣାଉଛି ।
66





















































