This is the Official Twitter Account of Puri District Administration (Odisha) #DistrictAdministrationPuri
Joined June 2017
- Tweets9.6K
- Following120
- Followers14K
- Likes2.6K
🏃♂️ ପୁରୀ ପ୍ରମୋ ରନ୍ ଅନୁଷ୍ଠିତ
ଆସନ୍ତା ୧୩ ଡିସେମ୍ବରରେ ପୁରୀ କୋଷ୍ଟାଲ ବିଚ୍ ମାରାଥନ୍ ଆୟୋଜନ ପୂର୍ବରୁ ଆଜି ବ୍ଲୁ ଫ୍ଲାଗ୍ ବିଚ୍ ଠାରୁ ତାଜ୍ ବିଚ୍ ପର୍ଯ୍ୟନ୍ତ ୫ କିମି ପ୍ରମୋ ରନ୍ ଅନୁଷ୍ଠିତ ହୋଇଛି।
ପୁରୀ ସାଂସଦ ଡା. ସମ୍ବିତ ପାତ୍ର ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ୫୦୦ରୁ ଊର୍ଦ୍ଧ୍ୱ ଧାବକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ବେଳାଭୂମି ପର୍ଯ୍ୟଟନର ପ୍ରଚାର, ଯୁବବର୍ଗଙ୍କ ଅଂଶଗ୍ରହଣ ଏବଂ ସ୍ୱଚ୍ଛତା, ସୁରକ୍ଷା ଓ ପର୍ଯ୍ୟଟକଙ୍କ ପ୍ରତି ଉତ୍ତମ ଆତିଥ୍ୟର ବାର୍ତ୍ତା ନେଇ ଏହି ପ୍ରମୋ ରନ୍ ଆୟୋଜିତ ହୋଇଥିଲା।
#Puri #PuriCoastalBeachMarathon #PromoRun #BeachTourism #OdishaTourism #Puri
ଆଜିର ଶିଶୁ ଆସନ୍ତା କାଲି ର ଭବିଷ୍ୟତ। ସେମାନଙ୍କୁ ସୁଷମ, ପୁଷ୍ଟିକର ଖାଦ୍ୟ, ସୁସ୍ଥ ଓ ପରିସ୍କାର ପରିବେଶ ପ୍ରଦାନ ପାଇଁ ଅଙ୍ଗନବାଡି ଗୁଡିକ ପ୍ରସ୍ତୁତ ରହିଛନ୍ତି। ଅଙ୍ଗନବାଡି କର୍ମୀ ମାନଙ୍କ ନିଷ୍ଠାପର ସହଯୋଗ ଏହାକୁ ଋଦ୍ଧିମନ୍ତ କରୁଛି।
ପୁରୀ ଜିଲ୍ଲାର ଅହଲ୍ୟା ବଡୁ ସରକାରଙ୍କ ମାତୃବନ୍ଦନ ଯୋଜନା ର ହିତାଧିକାରୀ ଭାବେ ସମସ୍ତ ସୁବିଧା ପାଇ ପରିବର୍ତ୍ତନ ର କାହାଣୀ ପାଲଟିଛନ୍ତି।
From coastlines to culture,
from heritage to hidden gems...
Discover the soul of Odisha, one run at a time.
*OMC Puri Coastal Marathon, Odisha Promo Run - [ 👉Puri👈]*
*Venue: Blue Flag Beach, Puri*
🗓️ Sun, 27th Sept 2026
Reporting Time: 05.15 AM
Flag Off Time: 06.30 AM
🎟️ FREE ENTRY | LIMITED SPOTS
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ‘ସମ୍ବନ୍ଧ’ ମହାଅଭିଯାନର ଶୁଭାରମ୍ଭ କରିଥିଲେ।
ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପୁରୀ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପୁରୀ ଲୋକସଭାର ମାନ୍ୟବର ସାଂସଦ ଡ. ସମ୍ବିତ ପାତ୍ର, ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ବେହେରାଙ୍କ ସମେତ ବିଭିନ୍ନ ମାନ୍ୟଗଣ୍ୟ ଅତିଥି ଯୋଗଦେଇଥିଲେ।
#Sambandha #Cooperatives #CooperativeMovement #Puri #Odisha
Collector and District Magistrate Puri retweeted
📚 ଗଣତନ୍ତ୍ରକୁ ଜାଣିବାରୁ ନେତୃତ୍ୱ ନେବା ପର୍ଯ୍ୟନ୍ତ — ELC 2.0! 🇮🇳
ଆଜିର ସଚେତନ ଯୁବକ-ଯୁବତୀ, ଆସନ୍ତାକାଲିର ସକ୍ରିୟ ନାଗରିକ ଓ ଗଣତାନ୍ତ୍ରିକ ନେତୃତ୍ୱ। 🌱
ELC 2.0 ମାଧ୍ୟମରେ
🏫 ବିଦ୍ୟାଳୟରୁ
🎓 ମହାବିଦ୍ୟାଳୟ ଓ
🏛️ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ
ଆସନ୍ତୁ, ଗଣତନ୍ତ୍ରକୁ ଜାଣିବା, ବୁଝିବା, ଅଂଶଗ୍ରହଣ କରିବା ଓ ନେତୃତ୍ୱ ନେବା। 🤝🇮🇳
📲 ଆଜି ହିଁ QR Code ସ୍କାନ୍ କରନ୍ତୁ ଓ ଆପଣଙ୍କ ELC ପଞ୍ଜୀକରଣ କରନ୍ତୁ।
Learn Democracy. Lead Democracy.
#ELC2Point0 #ElectoralLiteracyClub #LearnDemocracyLeadDemocracy #YouthForDemocracy #DemocraticParticipation #SVEEP #CEOOdisha
Collector and District Magistrate Puri retweeted
Today, Commissioner, Puri Municipal Corporation along with the Joint Commissioner conducted an inspection visit to the Wealth Centre and Legacy Waste Bio-Remediation Site to review the ongoing solid waste management activities.
ସେବା ସଙ୍କଳ୍ପ ଅଭିଯାନ ଅବସରରେ ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ବିବିଧ ପ୍ରତିଯୋଗିତା
ସେବା, ସଂସ୍କାର ଓ ସୃଜନଶୀଳତାର ବାର୍ତ୍ତାକୁ ନେଇ ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ "ସେବା ସଙ୍କଳ୍ପ ଅଭିଯାନ" ଅବସରରେ ଚିତ୍ରାଙ୍କନ, ରଚନା, ବକ୍ତୃତା ଓ ଅନ୍ୟାନ୍ୟ ବିବିଧ ପ୍ରତିଯୋଗିତାର ଆୟୋଜନ କରାଯାଇଛି।
ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ସାମାଜିକ ଦାୟିତ୍ୱବୋଧ ଓ ସେବା ମନୋଭାବକୁ ଆହୁରି ସୁଦୃଢ଼ କରୁଛି।
In view of the depression over the westcentral and adjoining northwest Bay of Bengal, Collector, Puri visited the Beladala and Rendhua Cyclone Shelters of Puri Sadar Block to review preparedness and safety arrangements.
Collector assessed shelter readiness, essential facilities, emergency response measures and the availability of necessary supplies, directing officials to remain vigilant and ensure timely assistance to people in vulnerable areas.
Collector and District Magistrate Puri retweeted
🗳️ SIR-2026: Final Electoral Roll Published in Odisha
Shri R. S. Gopalan, IAS, Chief Electoral Officer, Odisha, addressed a press conference today, marking the successful completion of the Special Intensive Revision (SIR)-2026 and publication of the Final Electoral Roll.
The CEO briefed the media on the revised electoral roll and shared key statistics and important highlights of the SIR process.
The Final Electoral Roll reflects our continued commitment to an accurate, inclusive, transparent and updated electoral roll for the State. 🗳️
#SIR2026 #SIR2026Odisha #FinalElectoralRoll #CEOOdisha #ElectoralRoll #VoterAwareness #Democracy
ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଅଧୀନରେ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ୯୧୦ ଶ୍ରଦ୍ଧାଳୁ ଓ ସହାୟକଙ୍କ ସମେତ ମୋଟ ୧୦୩୦ ଜଣ ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି।
ବୃନ୍ଦାବତୀ ନିବାସରେ ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡ଼ା ଶ୍ରଦ୍ଧାଳୁମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ସୁବିଧା, ଭୋଜନ, ରହଣି ଓ ସୁବ୍ୟବସ୍ଥିତ ଦର୍ଶନ ପାଇଁ ଅଧିକାରୀମାନଙ୍କୁ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସୁବ୍ୟବସ୍ଥିତ ଆୟୋଜନ ଓ ଆତିଥ୍ୟ ପାଇଁ ଶ୍ରଦ୍ଧାଳୁମାନେ ପୁରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ।
ଏହି ପର୍ଯ୍ୟାୟରେ ୧୩ଟି ଜିଲ୍ଲାର ୧୦,୫୩୫ ଜଣ ଶ୍ରଦ୍ଧାଳୁଙ୍କ ମହାପ୍ରଭୁଙ୍କ ଦର୍ଶନର ବ୍ୟବସ୍ଥା ରହିଛି।
#Puri #JagannathDarshanYojana #JagannathDham #PuriDistrict #DistrictAdministrationPuri
The Final Electoral Roll for Special Intensive Revision 2026 was officially published today by the DEO-cum-Collector, PURI . The publication took place in the presence of the ERO-cum-ADM( General)109-Satyabadi A.C., ERO-cum- ADM (PROTOCOL)106-Nimapada A.C., ERO- CUM- ADDL SUB COLLECTOR 110- PIPILI , AEROs 108- Brahmagiri, 107 - PURI Deputy Collector (Election), DIPRO, and representatives of all recognized political parties and media. Hard copies of the final roll along with soft copies provided in pendrives were handed over to the representatives of the recognized political parties.
ପବିତ୍ର ରାଧାଷ୍ଟାମୀ ଉପଲକ୍ଷେ ସଙ୍କୀର୍ତ୍ତନ ପଦଯାତ୍ରା
ପବିତ୍ର ରାଧାଷ୍ଟାମୀ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ, ଜିଲ୍ଲା ପ୍ରଶାସନ, ପୁରୀର ସହଯୋଗରେ ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ସାତଲହଡ଼ି ମଠ ପର୍ଯ୍ୟନ୍ତ ଏକ ଭକ୍ତିମୟ "ସଙ୍କୀର୍ତ୍ତନ ପଦଯାତ୍ରା" ଆୟୋଜିତ ହୋଇଥିଲା।
ଏହା ପରେ ସାତଲହଡ଼ି ମଠଠାରେ ‘ଶ୍ରୀମଦ୍ ଭାଗବତ’ ଓ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାରସ୍ୱତ କୃତି ସମ୍ପର୍କରେ ଏକ ସାରସ୍ୱତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ଭକ୍ତି, ସାହିତ୍ୟ ଓ ଓଡ଼ିଆ ଆଧ୍ୟାତ୍ମିକ ପରମ୍ପରାର ଏହି ଅନନ୍ୟ ସମାଗମ ରାଧାଷ୍ଟାମୀର ପବିତ୍ରତାକୁ ଆହୁରି ମହିମାମଣ୍ଡିତ କରିଥିଲା।
#Radhashtami #Puri #OdishaSahityaAkademi #JagannathCulture #SrimadBhagabat #JagannathDas #Sankirtan #PuriDistrict