ଝାରସୁଗୁଡ଼ାରେ ୨୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପରିବହନ ପ୍ରକଳ୍ପ; ବେଲପାହାଡ଼ ଅଟଳ ବସ୍ଷ୍ଟାଣ୍ଡ ଲୋକାର୍ପିତ, ଲଖନପୁରରେ ଶିଳାନ୍ୟାସ
-ପ୍ରାୟ ୧୭.୭୭ କୋଟି ଟଙ୍କା ବ୍ୟୟରେ ବେଲପାହାଡ଼ ଅଟଳ ବସ୍ଷ୍ଟାଣ୍ଡ କାର୍ଯ୍ୟକ୍ଷମ
-ପ୍ରାୟ ୯.୪୦ କୋଟି ବ୍ୟୟରେ ଲଖନପୁରରେ ନିର୍ମାଣ ହେବ ନୂଆ ବସ୍ଷ୍ଟାଣ୍ଡ @STAOdisha @IPR_Odisha @CMO_Odisha – at Rourkela Industrial Township, India
ଏହି ସମାରୋହରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପଗୁଡ଼ିକର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଏବଂ ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ। – at Rourkela Industrial Township, India
ଝାରସୁଗୁଡ଼ାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ l ଝଣ୍ଡା ଛକରୁ କାଳୀ ମନ୍ଦିର ରାସ୍ତାରେ ୨୭ଟି ଦୋକାନ ଯାଞ୍ଚ ହୋଇଥିବାବେଳେ ୭,୦୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ଅସ୍ୱାସ୍ଥ୍ୟକର ବାସି ଖାଦ୍ୟ ଓ ବାରମ୍ବାର ବ୍ୟବହୃତ ତେଲ ନଷ୍ଟ କରାଯାଇଛି ଏବଂ ବିନା ଲାଇସେନ୍ସରେ ଚାଲିଥିବା ୬ଟି ପ୍ରତିଷ୍ଠାନକୁ ନୋଟିସ ଜାରି କରାଯାଇଛି।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ବ୍ରଜରାଜନଗର ପୌରାଞ୍ଚଳରେ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକୁ ତ୍ୱରାନ୍ୱିତ ତଥା ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ସୁପରଭାଇଜରମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। @ECISVEEP @OdishaCeo @CMO_Odisha @ipr
ଭାରତ ନିର୍ବାଚନ ଆୟୋଗ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଇସିଆଇ-ନେଟ୍ (ECI NET) ପୋର୍ଟାଲରେ ନିର୍ବାଚନ ସାକ୍ଷରତା କ୍ଲବ୍ (ଇଏଲ୍ସି)ର ପଞ୍ଜୀକରଣ, ଅନବୋର୍ଡିଂ ଏବଂ ସଫଳ କାର୍ଯ୍ୟକାରିତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।@OdishaCeo @IPR_Odisha
ଖାଦ୍ୟ ସୁରକ୍ଷା ମାନକ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଓଏମ୍ପି ଅଞ୍ଚଳସ୍ଥିତ ଫୁଡ୍ କୋର୍ଟ ପରିସରରେ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଏକ ବ୍ୟାପକ ଚଢ଼ାଉ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ସମୁଦାୟ ୩୧ଟି ଖାଦ୍ୟ ବ୍ୟବସାୟିକ ପ୍ରତିଷ୍ଠାନର ଯାଞ୍ଚ କରାଯାଇଥିଲା। @CMO_Odisha @ipr
ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ନିର୍ବାଚନ ଅଧିକାରୀ ଏକ ସକ୍ରିୟ ତଥା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।
ଏହି ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଜିଲ୍ଲାର ସମୁଦାୟ ୬୧୫ଟି ମତଦାନ କେନ୍ଦ୍ରରେ ସ୍ୱତନ୍ତ୍ର ଶିବିରଗୁଡ଼ିକର ଆୟୋଜନ କରାଯାଉଛି।
#ECISVEEP #ECI #specialcamps – at Jharsuguda, India
As per instructions of ECI, DEO of Jharsuguda district has started a proactive campaign to ensure that No eligible elector is left from the electoral rolls.
Special camps are being held in 615 no of booths in the district to ensure this.
#ECISVEEP #ECI #SpecialCamps
@OdishaCeo
Collector and DM, Jharsuguda retweeted
ସୂଚନା ଓ ଲୋକସମ୍ପର୍କ ବିଭାଗରେ ଏକ ନିରବଚ୍ଛିନ୍ନ ଡିଜିଟାଲ୍ ସୂଚନା ଓ ଯୋଗାଯୋଗ ବ୍ୟବସ୍ଥା ଗଠନ କରାଯିବ ଏବଂ ଡିଜିଟାଲ୍ ମାଧ୍ୟମରେ ମିଥ୍ୟା ତଥ୍ୟ ତଥା ଗୁଜବର ମୁକାବିଲା ପାଇଁ ଏକ କଡ଼ାକଡ଼ି ତଥ୍ୟ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସୂଚନା ସେବା ଅଧିକାରୀମାନଙ୍କ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ସାମାଜିକ ଗଣମାଧ୍ୟମର ଉଦୀୟମାନ ଧାରା’ ସମ୍ପର୍କରେ ଦିଗ୍ଦର୍ଶନ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।
ଆଜିର ଯୁବ ବର୍ଗ ପାରମ୍ପରିକ ଗଣମାଧ୍ୟମଠାରୁ ବହୁ ଆଗରେ ରହି ସାମାଜିକ ଗଣମାଧ୍ୟମ ଏବଂ ଏଆଇ ପ୍ଲାଟଫର୍ମର ବ୍ୟାପକ ବ୍ୟବହାର କରୁଛନ୍ତି। ତେଣୁ ସରକାରୀ ସଂଚାର ବା ଯୋଗାଯୋଗ ପାଇଁ ଆମକୁ ମଧ୍ୟ ସାମ୍ପ୍ରତିକ ସମୟର ଏହି ଅତ୍ୟାଧୁନିକ ଟ୍ରେଣ୍ଡ୍ଗୁଡ଼ିକୁ ଆପଣାଇବାକୁ ପଡ଼ିବ ବୋଲି ସୂଚନାସେବା ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଝାରସୁଗୁଡ଼ା ଜିଲ୍ଲାର ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକା ସଂଶୋଧନ ଓ ନୂତନ ନାମ ପଞ୍ଜୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି।ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଓ ଶ୍ରୀ ସବ୍ୟସାଚୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ମାର୍ଗଦର୍ଶନରେ ଅଭିଯାନ ପରିଚାଳିତ ହେଉଛି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ପାଳନ ଅବସରରେ 'ସେବା ସଙ୍କଳ୍ପ ଅଭିଯାନ' ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଇଞ୍ଜିନିଅରିଙ୍ଗ ସ୍କୁଲ ପରିସରରେ ପ୍ରଧାନମନ୍ତ୍ରୀଙ୍କ ଜୀବନ ସଂଘର୍ଷ, ସେବା ଓ ଦେଶର ବିକାଶ ଯାତ୍ରାକୁ ନେଇ ପଥପ୍ରାନ୍ତ ନାଟକ ‘ସେବା ନମୋ ଗାଥା’ ପ୍ରଦର୍ଶିତ ହୋଇଯାଇଛି। @IPR_Odisha @cmo
ଓଡ଼ିଶା ସରକାରଙ୍କ 'ଶ୍ରୀ ଜଗନ୍ନାଥ ଦର୍ଶନ' ଯୋଜନା ଅଧୀନରେ ଝାରସୁଗୁଡ଼ା ଜିଲ୍ଲାର ପ୍ରାୟ ୪୦୦ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଏକ ସ୍ୱତନ୍ତ୍ର ତୀର୍ଥଯାତ୍ରୀ ବସ୍ ମନମୋହନ ପଡ଼ିଆରୁ ପୁରୀ ଅଭିମୁଖେ ଯାତ୍ରା କରିଛି। ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଓ ଝାରସୁଗୁଡ଼ା ବିଧାୟକ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି l
Collector and DM, Jharsuguda retweeted
ଆପଣଙ୍କ ଭୋଟ, ଆପଣଙ୍କ ଅଧିକାର! 🗳️
କୌଣସି ଯୋଗ୍ୟ ମତଦାତାଙ୍କ ନାମ ବାଦ୍ ପଡ଼ିବ ନାହିଁ।
୭, ୮ ଓ ୯ ଅକ୍ଟୋବର ୨୦୨୬ରେ ଆୟୋଜିତ ସ୍ୱତନ୍ତ୍ର ଅଭିଯାନରେ ଯୋଗଦିଅନ୍ତୁ।
ନାମ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକ ଓ ନୂତନ ଯୁବ ମତଦାତାମାନେ Form-6 ମାଧ୍ୟମରେ ପଞ୍ଜୀକରଣ କରନ୍ତୁ।
📍 ନିକଟସ୍ଥ ମତଦାନ କେନ୍ଦ୍ରରେ ଆୟୋଜିତ ବିଶେଷ ଶିବିରକୁ ଆସନ୍ତୁ।
#SpecialDrive #VoterEnrolment #CEOOdisha #Odisha #ApanankaVoteApanankaAdhikara – at Vishakhapatnam, India
Special Drive for Voter Enrollment Across Jharsuguda District!
🗓️ Dates: 7th, 8th & 9th October
📍 Location: Across the District / Contact your Booth Level Officer (BLO)
Your Vote, Your Right. Don’t miss out!
#VoteForABetterTomorrow #YouthPower #VoterRegistration – at Jharsuguda, India
Collector and DM, Jharsuguda retweeted
🗳️ ଭୋଟର ତାଲିକାରେ ଆପଣଙ୍କ ନାମ ଅଛି ତ?
ପ୍ରଥମେ ନିଜ ନାମ ଯାଞ୍ଚ କରନ୍ତୁ।
ନାମ ନାହିଁ କିମ୍ବା ଆପଣ ଜଣେ ନୂଆ ଭୋଟର?
👉 Form–6 ଦାଖଲ କରନ୍ତୁ ଏବଂ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରନ୍ତୁ।
🌐 voters.eci.gov.in
ନାମ ଯାଞ୍ଚ କରନ୍ତୁ, ପଞ୍ଜୀକରଣ କରନ୍ତୁ, ନିଜ ମତାଧିକାର ସୁନିଶ୍ଚିତ କରନ୍ତୁ! 🗳️
#Form6 #NewVoter #ElectoralRoll #VoterRegistration #CEOOdisha #ECI #EveryVoteMatters
Collector and DM, Jharsuguda retweeted
🗳️ ନାମ ଯାଞ୍ଚ କରନ୍ତୁ, ଅଧିକାର ସୁନିଶ୍ଚିତ କରନ୍ତୁ!
📢 ବାଦ୍ ପଡ଼ିଥିବା ଓ ଯୁବ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ!
ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ SIR ପରେ ଭୋଟର ତାଲିକାରେ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକ ଏବଂ ପ୍ରଥମ ଥର ଭୋଟ ଦେବାକୁ ଥିବା ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି।
✅ ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରନ୍ତୁ।
❌ ନାମ ନଥିଲେ ଏବଂ ଆପଣ ଯୋଗ୍ୟ ହୋଇଥିଲେ, Form–6 ଦାଖଲ କରନ୍ତୁ।
🆕 ପ୍ରଥମ ଥର ଭୋଟର ହେବାକୁ ଯାଉଛନ୍ତି? ଆଜି ହିଁ ପଞ୍ଜୀକରଣ କରନ୍ତୁ।
🤝 ସହାୟତା ପାଇଁ ନିଜ BLO (ବୁଥ୍ ସ୍ତରୀୟ ଅଧିକାରୀ)ଙ୍କ ସହ ମଧ୍ୟ ଯୋଗାଯୋଗ କରନ୍ତୁ।
🌐 ନାମ ଯାଞ୍ଚ ଓ ଅନଲାଇନ୍ ଆବେଦନ ପାଇଁ voters.eci.gov.in ପରିଦର୍ଶନ କରନ୍ତୁ।
ଆପଣଙ୍କ ନାମ, ଆପଣଙ୍କ ଅଧିକାର, ଆଜି ହିଁ ଯାଞ୍ଚ କରନ୍ତୁ ଓ ପଞ୍ଜୀକରଣ କରନ୍ତୁ। 🗳️🇮🇳
#SpecialDrive #Form6 #YoungVoters #VoterRegistration #ElectoralRoll #CEOOdisha #ECI #EveryVoteMatters #MyVoteMyRight
ଆଜି ଠାରୁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ 'ସିଙ୍ଗଲ ୱିଣ୍ଡୋ ସିଷ୍ଟମ୍' ଆରମ୍ଭ ହୋଇଯାଇଛି।
ଶାନ୍ତି କମିଟି ବୈଠକରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ମଧ୍ୟ ବିଭିନ୍ନ ବିଭାଗୀୟ ଅନୁମତି ପ୍ରକ୍ରିୟାକୁ ସରଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ 'ସିଙ୍ଗଲ ୱିଣ୍ଡୋ ସିଷ୍ଟମ୍' ଆରମ୍ଭ କରାଯାଇଅଛି। – at Rourkela Industrial Township, India























































