
General Secretary Biju Janta Dal odisha. @bjd_odisha, Founder Naba Das Foundation, MBA in communication and PR from Eu business school Barcelona @eubusiness
Jharsuguda, India
Joined December 2019
- Tweets3.7K
- Following30
- Followers10.1K
- Likes351
ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ନିକ୍ତିମାଲ ଗ୍ରାମପଞ୍ଚାୟତର ନାଏକଡିହିଠାରେ ଆୟୋଜିତ ପବିତ୍ର ବନଦୁର୍ଗା ପୂଜା ମହୋତ୍ସବରେ ଯୋଗଦେଇ ମା’ ଜଗଜ୍ଜନନୀଙ୍କ ଦିବ୍ୟ ଦର୍ଶନର ସୌଭାଗ୍ୟ ଲାଭ କଲି। ମା’ ବନଦୁର୍ଗାଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖମୟ ହେଉ। #durgapuja
ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍ ଅନ୍ତର୍ଗତ ନିକ୍ତିମାଲ ଗ୍ରାମପଞ୍ଚାୟତରେ ଆୟୋଜିତ ପବିତ୍ର ଶାରଦୀୟ ଦୁର୍ଗାପୂଜା ମହୋତ୍ସବରେ ଯୋଗଦେଇ ମା’ ଦୁର୍ଗାଙ୍କ ଦିବ୍ୟ ଦର୍ଶନ ଓ ଆଶୀର୍ବାଦ ଲାଭ କଲି। ମା’ ଜଗଜ୍ଜନନୀଙ୍କ ଅପାର କୃପାରୁ ସମସ୍ତଙ୍କ ମନୋବାଞ୍ଛା ପୂରଣ ହେଉ। #durgapuja
ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ୍ ଅନ୍ତର୍ଗତ କୁଲେମୁରା ଗ୍ରାମପଞ୍ଚାୟତର କୁଲେମୁରାଠାରେ ଆୟୋଜିତ ପବିତ୍ର ଶାରଦୀୟ ଦୁର୍ଗାପୂଜା ମହୋତ୍ସବରେ ଯୋଗଦେଇ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କଲି। ମା’ଙ୍କ ଆଶୀର୍ବାଦରୁ ଗ୍ରାମବାସୀଙ୍କର ମଙ୍ଗଳ ସାଧିତ ହେଉ। #durgapuja
ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ କୁଲେମୁରା ଗ୍ରାମପଞ୍ଚାୟତର ମୁନ୍ଦ୍ରାଜୋରଠାରେ ଆୟୋଜିତ ପବିତ୍ର ଶାରଦୀୟ ଦୁର୍ଗାପୂଜା ମହୋତ୍ସବରେ ଯୋଗଦେଲି । ମା’ ଦୁର୍ଗାଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ ଏବଂ ସ୍ଥାନୀୟ ଅଞ୍ଚଳରେ ଏକତା, ସଦ୍ଭାବନା ଓ ଭାଇଚାରା ଅତୁଟ ରହୁ ।
ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ସାରଙ୍ଗଲୋଇ ଗ୍ରାମପଞ୍ଚାୟତର ଅଇଁତାପାଲିଠାରେ ଆୟୋଜିତ ପବିତ୍ର ଦୁର୍ଗାପୂଜା ମହୋତ୍ସବରେ ଯୋଗଦେଇ ମା’ ଦୁର୍ଗାଙ୍କ ନିକଟରେ ଗ୍ରାମବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କଲି। #durgapuja
ଭାଇ-ବହେନର ସ୍ନେହ ଆର୍ ଭଲପାଇବାର ପରବ୍ ଭାଇ ଜୀଉଁନ୍ତିଆ ଉଧେଁ ଗୁରୁଦୁଟେ ଶୁଭେଚ୍ଛା ଆର୍ ଶୁଭକାମନା। ମା’ ଦୁର୍ଗାଙ୍କର ଆଶୀର୍ବାଦନୁ ଭାଇ-ବହେନର ପବିତ୍ର ସମ୍ପର୍କ ସବୁଦିନ୍ ଅତୁଟ୍ ରହୁ, ଜୀବନ୍ ଖୁସି ଆର୍ ସମୃଦ୍ଧିରେ ଭରିଯାଉ।
ଜୟ ମା’ ଦୁର୍ଗା 🙏
ଝାରସୁଗୁଡ଼ା ପୌର ପରିଷଦ ଅନ୍ତର୍ଗତ ୱାର୍ଡ଼ ନମ୍ବର ୧୯ ସ୍ଥିତ ହଟଲିପଡ଼ାଠାରେ ଅରାକିନ୍ ଦରଗାହ କମିଟି ପକ୍ଷରୁ ଆୟୋଜିତ ହଜରତ ସୈୟଦ ବାବା ରହମତୁଲ୍ଲା ଆଲେହିଙ୍କ ପବିତ୍ର ଉର୍ଷ ମୁବାରକ କାର୍ଯ୍ୟକ୍ରମରେ ଯୋଗଦେଇ ଶାନ୍ତି, ସଦ୍ଭାବନା ଓ ଭାଇଚାରାର ସ୍ଥାପନା ପାଇଁ ପ୍ରାର୍ଥନା କଲି। ଆମ ସମାଜରେ ପାରସ୍ପରିକ ସମ୍ମାନ ଓ ସାମ୍ପ୍ରଦାୟିକ ସମ୍ପ୍ରୀତିର ବନ୍ଧନ ସଦା ଅତୁଟ ରହୁ। #jharsuguda
ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡ଼ା ନିବାସୀ ଶ୍ରୀ ଗୋକୁଳାନନ୍ଦ ପଟେଲଙ୍କ ଧର୍ମପତ୍ନୀଙ୍କ ଗଙ୍ଗାଶ୍ରାଦ୍ଧ କାର୍ଯ୍ୟକ୍ରମରେ ଯୋଗଦେଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଲି। ମା' ସମଲେଇ ଦିବଙ୍ଗତ ଆତ୍ମାକୁ ସଦ୍ଗତି ପ୍ରଦାନ କରିବା ସହ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି କାମନା କରୁଛି। #jharsuguda
ଏ ବିଜୟ କେବଳ ଏକ ଉତ୍ସବ ନୁହେଁ, ଏହା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ସ୍ନେହ ଓ ସମ୍ମାନର ଏକ ନିବେଦନ। ଏ ବିଜୟ ପ୍ରତ୍ୟେକ ପଦକ୍ଷେପରେ ଝାରସୁଗୁଡ଼ା ବାସୀଙ୍କ ପାଇଁ ସମର୍ପଣର ଛାପ ଛାଡ଼ିଥିବା, ମୋର ବାପା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ପ୍ରତି ସ୍ମୃତି ଶ୍ରଦ୍ଧାଞ୍ଜଳି।
ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମା’ ଜଗତଜନନୀଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।
🙏🏻 ଶାରଦୀୟ ଅଭିନନ୍ଦନ 🙏🏻
ସମ୍ମାନ ଓ ଶ୍ରଦ୍ଧାର ସହ ବିଜୁ ଜନତା ଦଳର ସଭାପତି ଶ୍ରୀ @Naveen_Odisha ଙ୍କ ଜନ୍ମଦିନ ଅବସରରେ ଝାରସୁଗୁଡ଼ା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ଭବ୍ୟ ବିଜୟ ଶୋଭାଯାତ୍ରାରେ ସାମିଲ ହୋଇଥିବା ଛାତ୍ରଛାତ୍ରୀ ତଥା ଝାରସୁଗୁଡ଼ା ବିଜୁ ଜନତା ଦଳର ନେତୃବୃନ୍ଦଙ୍କ ସହିତ ସାମିଲ ହେଲି। ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଆପଣମାନଙ୍କର ସକ୍ରିୟ ସହଭାଗିତା ଓ ଉତ୍ସାହ ଏହି ଆୟୋଜନକୁ ସ୍ମରଣୀୟ କରିବା ସହ ତାଙ୍କ ପ୍ରତି ଝାରସୁଗୁଡ଼ାବାସୀଙ୍କ ସ୍ନେହ ଓ ଶୁଭେଚ୍ଛାକୁ ପ୍ରତିଫଳିତ କରିଛି। ଆଉଥରେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳତା କାମନା କରୁଛି। #BijuJanataDalOdisha
ଝାରସୁଗୁଡ଼ା ପୌର ପରିଷଦ ଅନ୍ତର୍ଗତ ବିଟିଏମ୍ ନୂଆ କଲୋନୀଠାରେ ରବୀନ୍ଦ୍ର ଭୋଳଙ୍କ ଦିବଙ୍ଗତ ଭାଇଙ୍କ ଆତ୍ମାର ଶାନ୍ତି ଉଦ୍ଦେଶ୍ୟରେ ଅନୁଷ୍ଠିତ ଗଙ୍ଗାଶ୍ରାଦ୍ଧରେ ଯୋଗଦେଇ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ପରିବାରବର୍ଗଙ୍କୁ ସମବେଦନା ଜଣାଇଲି। #jharsuguda
ମା' ଅମ୍ବେଙ୍କ କରୁଣାରେ ଭକ୍ତିଭାବ ସହିତ ସାମାଜିକ ଏକତାକୁ ସୁଦୃଢ଼ କରିବା ତଥା ସମସ୍ତଙ୍କ ଜୀବନରେ ଆନନ୍ଦ, ସୌହାର୍ଦ୍ଦ୍ୟ ଓ ସମୃଦ୍ଧିର ନୂତନ ରଙ୍ଗ ଭରିବା ପାଇଁ ଗରବା ଏକ ମାଧ୍ୟମ ହେଉ। #garbanight
ଛାତ୍ର ସମାଜର ଆଶା, ଆକାଂକ୍ଷା ଓ ଅଧିକାରର ସୁରକ୍ଷା ସହ ଶିକ୍ଷା କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ବିଜୁ ଛାତ୍ର ଜନତା ଦଳର ପ୍ରୟାସ ଜାରି ରହିବ। #BJDWithStudents
ଓଡ଼ିଶାର ଜନଜୀବନ ସହ ଗଭୀର ଭାବେ ଜଡ଼ିତ, ଓଡିଶାବାସୀଙ୍କ ପ୍ରିୟ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ @Naveen_Odisha ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣଙ୍କ ଅଭିଜ୍ଞତା, ଦୂରଦୃଷ୍ଟି ଓ ଓଡ଼ିଶା ପ୍ରତି ନିଷ୍ଠା ଆମ ରାଜ୍ୟକୁ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ଆପଣ ସର୍ବଦା ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ହୁଅନ୍ତୁ, ଏହା ହିଁ ମୋର ପ୍ରାର୍ଥନା।
ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ବିଶ୍ୱାସ ପ୍ରକଟ କରି ବିଜୁ ଛାତ୍ର ଜନତା ଦଳରେ ସାମିଲ ହୋଇଥିବା ସମସ୍ତ ନବନିର୍ବାଚିତ ଛାତ୍ର ସଂସଦର ସଦସ୍ୟଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ଆପଣମାନଙ୍କର ଏହି ବିଶ୍ୱାସ ଓ ସହଭାଗିତା ବିଜୁ ଛାତ୍ର ଜନତା ଦଳର ସଙ୍ଗଠନକୁ ଆହୁରି ସୁଦୃଢ଼ ଓ ସଙ୍ଗଠିତ କରିବା ସହ ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ଅଧିକାର ସମ୍ପର୍କିତ ବିଷୟଗୁଡ଼ିକୁ ଆଗକୁ ଆଣିବାରେ ସହାୟକ ହେବ। #BijuJanataDalOdisha
ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଅନୁପ୍ରାଣିତ ହୋଇ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପି.ଏସ୍. ଡିଗ୍ରୀ ମହାବିଦ୍ୟାଳୟ, କୋଲାବିରାର ନବନିର୍ବାଚିତ ଛାତ୍ର ସଂସଦର କର୍ମକର୍ତ୍ତା ଉପ-ସଭାପତି ଚୁମ୍କି ଉର୍ମା, ସାଧାରଣ ସମ୍ପାଦକ ହରେଶ କିସାନ, ଯୁଗ୍ମ ସମ୍ପାଦିକା ହରିପ୍ରିୟା ପଧାନ ଓ ସାଂସ୍କୃତିକ ସମ୍ପାଦକ ଦିନେଶ କୁମାର କିସାନ ପ୍ରମୁଖ ବିଜୁ ଛାତ୍ର ଜନତା ଦଳରେ ସାମିଲ ହେଲେ। ଛାତ୍ରଛାତ୍ରୀଙ୍କ ସମସ୍ୟା, ଶିକ୍ଷାର ଗୁଣାତ୍ମକ ଉନ୍ନତି ଓ ମହାବିଦ୍ୟାଳୟରେ ଉନ୍ନତ ଶିକ୍ଷଣ ପରିବେଶ ସୃଷ୍ଟି ଦିଗରେ ସେମାନଙ୍କ ସକ୍ରିୟ ସହଭାଗିତା ଜାରି ରହିବ ବୋଲି ମୋର ବିଶ୍ୱାସ। #BJDWithStudents
ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିର୍ମିରାସ୍ଥିତ ଶୋଭେନ ମେମୋରିଆଲ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟର ନବ ନିର୍ବାଚିତ ଛାତ୍ର ସଂସଦର କର୍ମକର୍ତ୍ତାମାନେ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟ କରି ସଭାପତି ତୁଷାର ବାରିକ, ଉପସଭାପତି ଡଲି ପ୍ରଧାନ, ସାଧାରଣ ସମ୍ପାଦକ ଅରୁଣ ନେଗୀ, ସାଂସ୍କୃତିକ ସମ୍ପାଦିକା ଟ୍ୱିଙ୍କଲ ପାଣ୍ଡେ ଓ କ୍ରୀଡ଼ା ସମ୍ପାଦିକା ଚଞ୍ଚଳା ପ୍ରଧାନ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜୁ ଛାତ୍ର ଜନତା ଦଳରେ ସାମିଲ ହେଲେ। ଛାତ୍ର ସମାଜର ଆଶା, ଆକାଂକ୍ଷା ଓ ଅଧିକାର ସମ୍ପର୍କିତ ବିଷୟଗୁଡ଼ିକ ଉପରେ ଗୁରୁତ୍ୱ ଦେଇ ଶିକ୍ଷା କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଦିଗରେ ସମସ୍ତେ ନିଜର ଦାୟିତ୍ୱ ନିଷ୍ଠାର ସହ ତୁଲାଇବେ ବୋଲି ମୋର ବିଶ୍ୱାସ। #BJDWithStudents
ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଗଭୀର ଅନୁରକ୍ତି ପ୍ରକାଶ କରି ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ପି.କେ.ଏସ୍.ଏସ୍. ଡିଗ୍ରୀ ମହାବିଦ୍ୟାଳୟର ନବନିର୍ବାଚିତ ଛାତ୍ର ସଂସଦର କର୍ମକର୍ତ୍ତାମାନେ ଯଥା:- ସୌଭାଗ୍ୟ ରୋହିଦାସ (ସଭାପତି), ମନୀଷ ସାହୁ (ଉପ-ସଭାପତି), ଖୁସିଲ ରୋହିଦାସ (ସାଧାରଣ ସମ୍ପାଦକ) ଓ ଶୀତଳ ଭୋଜ (ସାଂସ୍କୃତିକ ସମ୍ପାଦକ) ବିଜୁ ଛାତ୍ର ଜନତା ଦଳରେ ଯୋଗଦେଲେ। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା, ସେମାନଙ୍କ ଅଧିକାର ପାଇଁ କାର୍ଯ୍ୟ କରିବା ଏବଂ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶରେ ଉନ୍ନତି ଆଣିବା ଦିଗରେ ସେମାନଙ୍କର ପ୍ରୟାସ ସଫଳ ହେଉ। #BJDWithStudents





















































