ଜୀବନର ଅର୍ଥ ଚିରକାଳ ମନେରହିବା ନୁହେଁ; ବରଂ ସବୁଦିନ ପାଇଁ ବିଲୀନ ହୋଇଯିବା ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିବା ହିଁ ହୁଏତ ଜୀବନର ଅସଲ ଅର୍ଥ✍🏻
ମଣିଷ ଜୀବନର ସବୁଠାରୁ ବଡ଼ ସମ୍ପଦ ଧନ, ପଦ, ପ୍ରତିଷ୍ଠା କିମ୍ବା ଶକ୍ତି ନୁହେଁ। ଏମିତି ଏକ ମନ, ଯାହା ଅନ୍ୟର ଉପକାରକୁ ଅନୁଭବ କରିପାରେ, ତାହାକୁ ସ୍ୱୀକାର କରିବାରେ ଏବଂ ହୃଦୟର ଗଭୀରତମ କୋଣରୁ 'ଧନ୍ୟବାଦ୍' କହିପାରେ।
ଏହି ସରଳ ଅନୁଭୂତିର ନାମ ହେଉଛି "କୃତଜ୍ଞତା"🫠
...
ସତ ଶୁଣିବାକୁ ସମସ୍ତେ ଦାବି କରନ୍ତି...
ହେଲେ ସତ କହିଲେ ନିଜ ଲୋକ ବି ଖୁବ୍ ଶୀଘ୍ର ପର ହୋଇଯାଆନ୍ତି...
ଲୋକ ତ ବହୁତ କିଛି ଚାହାଁନ୍ତି...
ନିଜ ଭୁଲ୍ ପାଇଁ ସବୁବେଳେ କ୍ଷମା, ଆଉ ଅନ୍ୟର ଭୁଲ୍ ପାଇଁ କେବଳ ବିଚାର କରନ୍ତି...
ବିଜୟାଦଶମୀ (ଦଶହରା), କାର୍ତ୍ତିକ ପୂର୍ଣ୍ଣମୀ, ପୌଷ ପୂର୍ଣ୍ଣମୀ, ଦୋଳ ପୂର୍ଣ୍ଣମୀ ଓ ଆଷାଢ଼ ଶୁକ୍ଲପକ୍ଷ ଏକାଦଶୀ।
ଗୋଟିଏ ବର୍ଷ ରେ ଏହି ପାଞ୍ଚଟି ଦିନ ରେ ଏକ ସାମଞ୍ଜସ୍ୟ ଅଛି... କଣ ଆପଣ ମାନଙ୍କୁ ଜଣା ଅଛି କଣ ଏହି ସାମଞ୍ଜସ୍ୟ ଟି ??
କୂଳରେ ନିରାପଦରେ ଠିଆ ହୋଇ ସମୁଦ୍ରର ଢେଉକୁ ଦେଖି ଗଭୀରତା ମାପିବା ଯେତିକି ସହଜ, ମଝି ଦରିଆରେ ଝଡ଼ ସହ ଏକାକୀ ଲଢ଼ୁଥିବା ମଣିଷର ଶ୍ୱାସରୁଦ୍ଧ କୋହକୁ କଳନା କରିବା ସେତିକି ଅସମ୍ଭବ। ଯେଉଁ ପାଦରେ କେବେ କଣ୍ଟା ଫୁଟିନି, ସେ କ୍ଷତରୁ ଝରୁଥିବା ରକ୍ତର ବେଦନାକୁ କେବେହେଲେ ଶବ୍ଦରେ ବାନ୍ଧି ପାରେନା।
ନିଆଁର ପ୍ରକୃତ ଉତ୍ତାପ ତ କେବଳ ସେହି ଜାଣେ, ଯିଏ ଅନ୍ଧାର ରାତିରେ ନିରବରେ ନିଜ ସ୍ୱପ୍ନଗୁଡ଼ିକୁ ସେଥିରେ ଜାଳିଦିଏ; ଦୂରରେ ଠିଆ ହୋଇ ହାତ ସେକୁଥିବା ଦର୍ଶକ ପାଇଁ ତାହା ଏକ ସାଧାରଣ ଉଷ୍ମତା ହୋଇପାରେ, କିନ୍ତୁ ଭୋଗୁଥିବା ମଣିଷ ପାଇଁ ତାହା ଜୀବନର ଦହନ।
ଯାଇଥିଲି ମୁଣ୍ଡଳୀ ସାନ ଭାଇକୁ ହଷ୍ଟେଲ ରେ ଛାଡ଼ିବା ପାଇଁ । ଫେରିବା ବାଟରେ ଦେଖିଲି କିଛି ଲୋକ ଢ଼ୁ ଢ଼ୁ ବର୍ଷା ରେ ମାଛ ମାରିବାରେ ବ୍ୟସ୍ତ ଅଛନ୍ତି। ମୁଁ ବି ସେଠାରେ ଗାଡ଼ି ଅଟକାଇ ଠିଆ ହୋଇଗଲି ମାଛ ମରା ଦେଖିବାପାଇଁ। କିଛି ସମୟ ପରେ ସେମାନଙ୍କ ଜାଲରେ ଏକ ୩.୫ କିଲୋ ର ମାଛ ପଡ଼ିଲା, ମୋ ପାଇଁ ସେ ମାଛ ବିରଳ ଥିଲା। (୧)
ମୋ ମନ ର କୌତୁକ କୁ ମୁଁ ଆଉ ଅଟକାଇ ପାରିଲିନି। ପଚାରିଲି ଭାଇ ଏଇଟା କି ମାଛ ??
ଭାଇ ଜଣକ କହିଲେ, ସାର୍, ଏ ମାଛ ର ନାମ ହେଉଛି ଭୋଦ (ଭୁଲ୍ ଉଚ୍ଚାରଣ ପାଇଁ କ୍ଷମା), ଆଉ ଏହା ମଧ୍ୟ କହିଲେ କି, ଏହି ମାଛ ର କଣ୍ଟା ନାହିଁ।
ଏହା ଶୁଣିବା ପରେ ମୁଁ ପଚାରିଲି, ଏହାର ସ୍ୱାଦ କିପରି??
ସେ କହିଲେ ପୁରା ମଟନ ପରି ଲାଗିବ।
ଦୀର୍ଘ ୧ ବର୍ଷ ୩ ମାସ ଓ ୧୭ ଦିନ ପରେ ଉତ୍କଳ ମାଟିରେ ଆମ କଟକ ର ପାରମ୍ପରିକ ଖାଦ୍ୟ ( ଦହିବରା ) ଏବେ ମୋ ହାତ ମୁଠା ରେ 😄
- ନିର୍ଲଜ
- ଷ୍ଟୁପିଡ
- ବେହିଆ
- ଅଲାଜୁକ
- ବେସରମ
- ବିସ୍କୁଟ ମିଡିଆ
- ରସାତଳ ସାମ୍ବାଦିକତା
- ଆହୁରି ଏହିପରି ସମସ୍ତ ବିଶେଷଣ ଶଦ୍ଧ....
ତମ ଢୋ ଟିଭି ର ସାମ୍ବାଦିକ ଗଣ ଙ୍କ ସାମ୍ବାଦିକ ଗୁଣ କୁ ଦର୍ଶାଇବା ପାଇଁ ବ୍ୟବହାର ହୁଏ।
ଏମାନେ ପୁଣି ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ହେବେ
ଷଷ୍ଠ ଶ୍ରେଣୀ ବହିରେ ୧୨୫ ନମ୍ବର ପୃଷ୍ଠାରେ ଝାଲମୁଢ଼ି କିପରି ପ୍ରସ୍ତୁତ କରାଯାଏ ତାହା ରହିଛି। ତାହାର ପ୍ରାକ୍ଟିକାଲ କରିଛନ୍ତି ପିଲା।
#Nilgiri #Baunshpal #Jhalmuri #Kaushalbodh #Class6 #ActivityBasedLearning #OTV













