Heartfelt birthday wishes to Odisha Pradesh Congress Committee President Shri @BhaktaCharanDas ji. Your tireless commitment to social justice, tribal empowerment, and inclusive development continues to inspire us all. May you be blessed with many more years of purposeful service to the nation.
1
4
26
ଓଡ଼ିଶାର ୩୦ଟି ଜିଲ୍ଲାରେ ମହିଳା, ଛାତ୍ରୀ ଓ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ନେଇ ଗଭୀର ଉଦ୍ବେଗ ଦେଖାଦେଇଛି। ହତ୍ୟା, ଅତ୍ୟାଚାର ଓ ବିଭିନ୍ନ ଅପରାଧ ଘଟଣା ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠାଉଛି । ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ସରକାରଙ୍କ ପ୍ରଥମ ଦାୟିତ୍ୱ। ତେଣୁ ଅପରାଧ ନିୟନ୍ତ୍ରଣ ଓ ଦୋଷୀଙ୍କ ବିରୋଧରେ ତ୍ୱରିତ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ଠୋସ ପଦକ୍ଷେପ ନିଅନ୍ତୁ ।
#Odisha #LawAndOrder #WomenSafety #PublicSafety #RAMACKADAM
19
ଦେଶପ୍ରେମ, ସାହସ, ଶୃଙ୍ଖଳା ଓ ସମର୍ପଣର ପ୍ରତୀକ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସରେ ସମସ୍ତ କ୍ୟାଡେଟ୍ଙ୍କୁ ଶୁଭକାମନା । ଆପଣମାନଙ୍କ ନିଷ୍ଠା ଓ ଅଧ୍ୟବସାୟ ଦେଶର ଭବିଷ୍ୟତକୁ ଅଧିକ ସୁଦୃଢ଼ କରୁ ।
9
ଅନ୍ତର୍ଜାତୀୟ ମହିଳା ବିରୋଧୀ ହିଂସା ଦୂରୀକରଣ ଦିବସରେ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ନିର୍ଯାତନା ବିରୋଧରେ ସ୍ୱର ଉଠାଇବାର ସଂକଳ୍ପ ନେବା। ପ୍ରତ୍ୟେକ ନାରୀଙ୍କୁ ସୁରକ୍ଷିତ ଓ ସମ୍ମାନଜନକ ଜୀବନ ପାଇଁ ଆମେ ମିଳିତ ଭାବରେ ପ୍ରୟାସ କରିବା ।
10
କୋଟିଆର ସୁରକ୍ଷା ଓ ଅଧିକାରର ସୁରକ୍ଷା ପାଇଁ ଆମର ସଂକଳ୍ପ ଅତୁଟ ।
#Kotia #Odisha #RAMACKADAM #CLP #pottangi #PeoplesLeader #RamaChandraKadam #Odisha #Congress
34
ସମାଜର ଶେଷ ଧାଡ଼ିରେ ଥିବା ମଣିଷଙ୍କ ଉନ୍ନତି ଓ ଅଧିକାର ପାଇଁ ସମର୍ପିତ ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀରେ ଶତ ଶତ ପ୍ରଣାମ। ତାଙ୍କର ମହାନ ଆଦର୍ଶ, ସରଳ ଜୀବନ ଓ ଜନସେବା ପ୍ରତି ସମର୍ପଣ ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ।
9
ଓଡ଼ିଶା ବିଧାନସଭା ପରିସରରେ ଆଧୁନିକ ଓଡ଼ିଶାର ନିର୍ମାତା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
#NabakrushnaChoudhury #OdishaAssembly #RAMACKADAM #OdishaAssembly #OdishaCongress #CLP #RamaChandraKadam
1
21
ଭକ୍ତି, ନିଷ୍ଠା ଓ ଆଧ୍ୟାତ୍ମିକତାର ପବିତ୍ର ପର୍ବ ବଡ଼ଓଷା। ଏହି ପବିତ୍ର ଅବସରରେ ପ୍ରଭୁ ଧବଳେଶ୍ୱରଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥାଉ ଏବଂ ସମସ୍ତଙ୍କ ମନୋକାମନା ପୂର୍ଣ୍ଣ ହେଉ।
15
Kotia represents Odisha’s identity, rights and self-respect. I have urged the Hon’ble Chief Minister to intervene immediately and take necessary steps to stop the election proposed by the Andhra Pradesh Government in Kotia on December 2. Protests and assurances alone are not enough; concrete action is needed. There can be no compromise when it comes to protecting Kotia’s land and the rights of its people.
Kotia is an inseparable part of Odisha and its protection is our resolve.
@highlight
#SaveKotia #Kotia #Odisha #OdiaAsmita #BorderSecurity #Koraput #OdishaCongress #TribalRights #KotiaIssue #PeoplesLeader #RamaChandraKadam #CLP
ଆଧୁନିକ ଓଡ଼ିଶାର ନିର୍ମାତା, ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଓଡ଼ିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଉତ୍ଥାନରେ ତାଙ୍କର ଅବଦାନ ସର୍ବଦା ଅବିସ୍ମରଣୀୟ ହୋଇ ରହିବ।
19
ଆମ ଗାଦବା ସମ୍ପ୍ରଦାୟର ପ୍ରଥମ ବ୍ୟକ୍ତି ଭାବେ ରାଜନୀତି ବିଜ୍ଞାନରେ ପିଏଚ୍.ଡି. (ଡକ୍ଟର ଅଫ୍ ଫିଲୋସଫି) ହାସଲ କରିଥିବା ଡଃ ଜଗତରାୟ ସୁଟକପାଡ଼ିଆଙ୍କୁ ହୃଦୟରୁ ଅଭିନନ୍ଦନ ଓ ଶୁଭେଚ୍ଛା । ଆପଣଙ୍କ ଏହି ସଫଳତା ସମଗ୍ର ଗାଦବା ସମାଜ ପାଇଁ ଗର୍ବ ଓ ଗୌରବର ବିଷୟ। ଆପଣଙ୍କ ଉପଲବ୍ଧି ଆଗାମୀ ପୀଢ଼ିକୁ ଶିକ୍ଷା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବାକୁ ପ୍ରେରଣା ଦେଉ ।
#RAMACKADAM #GadabaCommunity #ProudMoment #education #Pottangi #koraput #RamaChandraKadam #Congress #Odisha #CLP #RAMACKADAM #PeoplesLeader
1
31
ଆଗାମୀ ଡିସେମ୍ବର ୨ ତାରିଖରେ କୋଟିଆଠାରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରସ୍ତାବିତ ପଞ୍ଚାୟତ ନିର୍ବାଚନକୁ ତୁରନ୍ତ ବନ୍ଦ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଜରୁରୀ ହସ୍ତକ୍ଷେପ ଓ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।
@highlight
#CLP #pottangi #PeoplesLeader #RamaChandraKadam #Odisha #Congress #Kotiaissue
ନାରୀ ନେତୃତ୍ୱର ଶକ୍ତି ଓ ସାମର୍ଥ୍ୟକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିଥିବା ମହାନ ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଦେଶର ଏକତା, ଅଖଣ୍ଡତା ଓ ସ୍ୱାଭିମାନ ପାଇଁ ତାଙ୍କର ରାଜନୈତିକ ଦୃଢ଼ତା ଓ ନେତୃତ୍ୱ ଭାରତୀୟ ଇତିହାସରେ ଅବିସ୍ମରଣୀୟ।
21
ଅନ୍ୟାୟ ଓ ଔପନିବେଶିକ ଶାସନ ବିରୋଧରେ ଅଦମ୍ୟ ସାହସର ସହ ଲଢ଼ିଥିବା ଝାନ୍ସୀର ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କର ଅଦମ୍ୟ ମନୋବଳ ଓ ଦେଶପ୍ରେମ ପିଢ଼ି ପରେ ପିଢ଼ିକୁ ପ୍ରେରିତ କରୁଥିବ।
1
56
ରାଜା ଭାବରେ ନୁହେଁ, ଜଣେ ଜନହିତୈଷୀ ଓ ଯୁଗଦ୍ରଷ୍ଟା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଥିବା ମହାରାଜା ବାସୁଦେବ ସୁଢ଼ଳଦେବଙ୍କ ଜୟନ୍ତୀରେ ଶତ ଶତ ପ୍ରଣାମ। ଓଡ଼ିଆ ଭାଷା, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରକୁ ତାଙ୍କର ଅବଦାନ ଅବିସ୍ମରଣୀୟ।
27
ଆଜି ଓଡ଼ିଶାର ସର୍ବୋଚ୍ଚ ଶୃଙ୍ଗ ତଥା ପ୍ରକୃତିର ଅନନ୍ୟ ଆକର୍ଷଣ ଦେଓମାଳିଠାରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ମିଳିତ ସୌଜନ୍ୟରେ ଆୟୋଜିତ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ ଯୋଗଦେଲି।
ପ୍ରକୃତିର ସୁରକ୍ଷା, ପରିବେଶ ସଂରକ୍ଷଣ ଓ ଆଗାମୀ ପିଢ଼ି ପାଇଁ ସବୁଜ ଓ ସୁସ୍ଥ ପୃଥିବୀ ଗଢ଼ିବାର ବାର୍ତ୍ତା ନେଇ ଆୟୋଜିତ ଏହି ପ୍ରୟାସ ନିଶ୍ଚିତ ଭାବରେ ପ୍ରେରଣାଦାୟୀ।
#Deomali #PunahchaPruthibi #Koraput
#CLP #pottangi #PeoplesLeader #RamaChandraKadam #Odisha
1
48
ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ମହାନ ସେନାନୀ, ବିଶିଷ୍ଟ ଶିକ୍ଷାବିତ୍ ତଥା ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ୍ କଲାମ୍ ଆଜାଦଙ୍କ ଜୟନ୍ତୀରେ ତାଙ୍କୁ ମୋର ଶତ ଶତ ପ୍ରଣାମ। ଶିକ୍ଷା, ଧର୍ମନିରପେକ୍ଷତା, ଜାତୀୟ ଏକତା ଓ ସାମ୍ପ୍ରଦାୟିକ ସଦ୍ଭାବନା ପ୍ରତି ତାଙ୍କର ଅବଦାନ ସଦା ସ୍ମରଣୀୟ ହୋଇ ରହିବ। ଏକ ଶିକ୍ଷିତ, ସମୃଦ୍ଧ ଓ ପ୍ରଗତିଶୀଳ ଭାରତ ଗଠନରେ ତାଙ୍କର ଦୂରଦୃଷ୍ଟି ଆମ ସମସ୍ତଙ୍କ ପାଇଁ ପ୍ରେରଣା।
23
ଶିକ୍ଷା ହିଁ ଅଧିକାର, ଶିକ୍ଷା ହିଁ ସଶକ୍ତୀକରଣ ଏବଂ ଶିକ୍ଷା ହିଁ ଉନ୍ନତିର ପଥ। ଜାତୀୟ ଶିକ୍ଷା ଦିବସ ଅବସରରେ, ଜାତି, ଧର୍ମ, ବର୍ଗ ଓ ଅର୍ଥନୈତିକ ପାର୍ଥକ୍ୟରୁ ଊର୍ଦ୍ଧ୍ୱରେ ରହି ପ୍ରତ୍ୟେକଙ୍କ ପାଇଁ ସମାନ ଓ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବାର ସଂକଳ୍ପ ନେବା। ଏକ ଶିକ୍ଷିତ ପିଢ଼ି ହିଁ ଏକ ସଶକ୍ତ ରାଷ୍ଟ୍ରର ପରିଚୟ।
26
ପ୍ରତିଟି ଟୀକା ଏକ ସୁରକ୍ଷିତ ଜୀବନର ପ୍ରତିଶ୍ରୁତି। ଟୀକାକରଣର ସୁଫଳ ସମାଜର ପ୍ରତ୍ୟେକ ବର୍ଗ, ବିଶେଷକରି ଦୁର୍ଗମ ଅଞ୍ଚଳର ଶିଶୁ ଓ ମା'ମାନଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ବିଶ୍ୱ ଟୀକାକରଣ ଦିବସ ଅବସରରେ ରୋଗମୁକ୍ତ ଓ ସୁସ୍ଥ ଭବିଷ୍ୟତ ପାଇଁ ଟୀକାକରଣକୁ ପ୍ରାଥମିକତା ଦେବା।
30




















