BJD IT Cell retweeted
ପବିତ୍ର ବିଜୟା ଦଶମୀ ତଥା ଦଶହରାର ହାର୍ଦ୍ଦିକ ଶୁଭେଚ୍ଛା। ଅସତ୍ୟ ଉପରେ ସତ୍ୟର, ଅନ୍ୟାୟ ଉପରେ ନ୍ୟାୟର ବିଜୟ ହେଉ। ମା'ଙ୍କ ଆଶୀର୍ବାଦ ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ। #Dussehra
ଧର୍ମର ଜୟ, ଅଧର୍ମର କ୍ଷୟ
ମା' ଦୁର୍ଗାଙ୍କ ଆଶୀର୍ବାଦରେ ସଭିଙ୍କ ଜୀବନ ହେଉ ବିଜୟମୟ। ପବିତ୍ର ବିଜୟାଦଶମୀର ଅନେକ ଅନେକ ଶୁଭକାମନା।
#VijayaDashami #Dussehra #HappyDusshera
ଉତ୍ତର ଦେଉ ବିଜେପି—ପାର୍ଟି ବଡ଼ ନା ମାଟି?
କୋଟିଆରେ ଆନ୍ଧ୍ରର ନିର୍ବାଚନ ଘୋଷଣା ପରେ ଡବଲ୍ ଇଞ୍ଜିନ୍ ସରକାରର କାର୍ଯ୍ୟଦକ୍ଷତା ଉପରେ ଉଠୁଛି ଗମ୍ଭୀର ପ୍ରଶ୍ନ ।
#NaveenPatnaik #kotia
ରାଜନୈତିକ ମେଣ୍ଟ ବଡ଼ ନା ଓଡ଼ିଶାର ସ୍ୱାର୍ଥ? କୋଟିଆରେ ‘ଗୋ ବ୍ୟାକ୍ ଆନ୍ଧ୍ର’ ନାରା ଆଜି କୁଆଡ଼େ ଗଲା? ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜବାବ ଦିଅନ୍ତୁ, ଓଡ଼ିଶାର ଅଧିକାର ସୁରକ୍ଷା କରନ୍ତୁ!
#Kotia #OdiaAsmita #MohanMajhi
BJD IT Cell retweeted
ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ 'କୋଟିଆ'ରେ ଆନ୍ଧ୍ରପ୍ରଦେଶ ନିର୍ବାଚନ ଘୋଷଣା କରିବା ଘଟଣା ଅତ୍ୟନ୍ତ ଉଦ୍ବେଗଜନକ। ଓଡ଼ିଶାର ଅଖଣ୍ଡତା ଓ ସାର୍ବଭୌମତ୍ୱ ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ତୁରନ୍ତ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଚିଠି ଲେଖି ଅବଗତ କଲି।
ମୁଖ୍ୟମନ୍ତ୍ରୀ ଭାବେ ମୋ କାର୍ଯ୍ୟକାଳ ସମୟରେ ଆମେ ଆମ ରାଜ୍ୟର ଭୌଗୋଳିକ ଅଖଣ୍ଡତା ରକ୍ଷା କରିବା ପାଇଁ ଲଢ଼େଇ କରୁଥିଲୁ। ବିଜେପି ନେତାମାନେ ଅତୀତରେ ବାରମ୍ବାର କହିଛନ୍ତି ଯେ କୋଟିଆ ଓଡ଼ିଶାର ଅଂଶ ଏବଂ ସେମାନେ “ଆନ୍ଧ୍ର ଫେରିଯାଅ” ବୋଲି ସ୍ଲୋଗାନ ମଧ୍ୟ ଦେଇଥିଲେ।
୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା; ଯେ ଡବଲ୍ ଇଞ୍ଜିନ୍ ସରକାର କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ କରିବ, ଓଡ଼ିଶାର ଭୌଗୋଳିକ ଅଖଣ୍ଡତାକୁ ସୁରକ୍ଷିତ ରଖିବ ଏବଂ ଓଡ଼ିଆ ସ୍ୱାଭିମାନର ପୁନଃପ୍ରତିଷ୍ଠା କରିବ। ଏହି ପ୍ରତିଶ୍ରୁତିଗୁଡ଼ିକର କ’ଣ ହେଲା?
ଆଜି ଓଡ଼ିଶାରେ ତଥାକଥିତ ଡବଲ୍ ଇଞ୍ଜିନ୍ ସରକାର ଥିବା ସତ୍ତ୍ୱେ ଆନ୍ଧ୍ରପ୍ରଦେଶ 'କୋଟିଆ'ରେ ନିର୍ବାଚନ ଘୋଷଣା କରିବା ଅତ୍ୟନ୍ତ ଚିନ୍ତାଜନକ। 'କୋଟିଆ' ଓଡ଼ିଶାର ବୋଲି ବିଜେପି ଦେଇଥିବା ଆଶ୍ୱାସନାର କ’ଣ ହେଲା?
ଏହି ଘଟଣାକୁ ଆହୁରି ଚିନ୍ତାଜନକ କରୁଥିବା ବିଷୟ ହେଉଛି, ଆନ୍ଧ୍ରପ୍ରଦେଶରେ ଶାସନ କରୁଥିବା ତେଲୁଗୁ ଦେଶମ୍ ପାର୍ଟି (ଟିଡିପି), କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରର ସଂଖ୍ୟାଗରିଷ୍ଠତା ବଜାୟ ରଖିବା ପାଇଁ ଏକ ପ୍ରମୁଖ ସହଯୋଗୀ ଦଳ। ରାଜନୈତିକ ନିର୍ଭରଶୀଳତା କ’ଣ ଓଡ଼ିଶା ବିଜେପି ସରକାରଙ୍କ ନୀରବତା ଏବଂ ଓଡ଼ିଶାର ସ୍ୱାର୍ଥ ଓ ଭୌଗୋଳିକ ଅଖଣ୍ଡତା ସହ ସାଲିସ କରିବାର ମନୋଭାବ ପଛର କାରଣ?
୨୦୨୫ ମସିହାରେ ଗଠିତ ୧୬ ଜଣିଆ ଉଚ୍ଚସ୍ତରୀୟ କୋଟିଆ କମିଟି କ’ଣ ସୁପାରିସ କରିଥିଲା ଏବଂ ସେହି ସୁପାରିସଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି?
ଓଡ଼ିଶାର ଲୋକମାନେ ଏହି ପ୍ରତିଶ୍ରୁତିଗୁଡ଼ିକ ସମ୍ପର୍କରେ ସ୍ପଷ୍ଟ ଉତ୍ତର ଏବଂ ଉତ୍ତରଦାୟିତ୍ୱ ଆଶା କରୁଛନ୍ତି। ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଏବଂ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଡବଲ୍ ଇଞ୍ଜିନ୍ ସରକାର ଦୃଢ଼ ଭାବରେ ଠିଆ ହେବେ ନା ଆଉଥରେ କେନ୍ଦ୍ରର ଚାପ ଆଗରେ ମୁଣ୍ଡ ନୁଆଁଇବେ?
“ଆନ୍ଧ୍ର ଫେରିଯାଅ” ସ୍ଲୋଗାନ କ’ଣ କେବଳ ଭୋଟ୍ ହାତେଇବା ପାଇଁ ଏକ ନିର୍ବାଚନୀ ପ୍ରହସନ ଥିଲା? ଓଡ଼ିଶାବାସୀଙ୍କୁ ଦିଆଯାଇଥିବା ଅନ୍ୟ ପ୍ରତିଶ୍ରୁତିଗୁଡ଼ିକ ଭଳି ଏହା ମଧ୍ୟ କ’ଣ ଏକ ଅପୂରଣୀୟ ପ୍ରତିଶ୍ରୁତି ହୋଇ ରହିଯିବ?
ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେବା ସହ ଓଡ଼ିଶାର ଭୌଗୋଳିକ ଅଖଣ୍ଡତାର ସୁରକ୍ଷା ଏବଂ କୋଟିଆ ଉପରେ ଏହାର ସାର୍ବଭୌମତ୍ୱ ବଜାୟ ରଖିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଉଚିତ।
#Odisha #Kotia #BJDWithOdisha
ମା’ଙ୍କ ଶକ୍ତିରେ ଦୂର ହେଉ ସବୁ ବିପଦ, ମା’ଙ୍କ କୃପାରେ ସଫଳ ହେଉ ସବୁ ପ୍ରୟାସ। ସଭିଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ। ପବିତ୍ର ମହାନବମୀର ହାର୍ଦ୍ଦିକ ଶୁଭେଚ୍ଛା।
#MahaNavami #DurgaPuja
BJD IT Cell retweeted
ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ହେଉ। ମା' ଦୁର୍ଗାଙ୍କ ଆଶୀର୍ବାଦ ସଭିଙ୍କ ଜୀବନରେ ଖୁସି ଓ ସମୃଦ୍ଧି ଆଣିଦେଉ।
ସଭିଙ୍କୁ ମୋର ଶାରଦୀୟ ଶୁଭେଚ୍ଛା, ଜୟ ମା' ଦୁର୍ଗା 🙏
#DurgaPuja
BJD IT Cell retweeted
ପବିତ୍ର ଦୁର୍ଗାପୂଜାର ଶାରଦୀୟ ଶୁଭେଚ୍ଛା। ଅସତ୍ୟ, ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ ହିଁ ହେଉଛି ମା'ଙ୍କ ଶ୍ରେଷ୍ଠ ଆରାଧନା। ମା' ଦୁର୍ଗାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ଖୁସି ଓ ଆନନ୍ଦରେ ଭରିଦେଉ। ପ୍ରତିଟି ପରିବାର ପାଇଁ ସୁଖ ଓ ସମୃଦ୍ଧି ଆଣି ଦେଉ। #DurgaPuja
BJD IT Cell retweeted
ଯୁବ, ଛାତ୍ର ତଥା #GenZ ଙ୍କ ଏକତା ସାରା ଓଡ଼ିଶା ଦେଖିଲା, କଲେଜ୍ ନିର୍ବାଚନରେ ଉଲ୍ଲେଖନୀୟ ବିଜୟ ହାସଲ କରିଥିବା #BCJD ର ଯୁବ ନେତୃତ୍ୱଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି।
ରାଜ୍ୟ ବିଜେପି ସରକାରଙ୍କ ଅର୍ଥବଳ, ବାହୁବଳ ଓ ପ୍ରବଳ ସରକାରୀ ଚାପ ସତ୍ତ୍ୱେ ପିଲାମାନେ ବିଜୁ ଜନତା ଦଳର ଆଦର୍ଶ ଉପରେ ବିଶ୍ୱାସ ରଖି ବିପୁଳ ବିଜୟ ଆଣିଛନ୍ତି। ଓଡ଼ିଶାର ଛାତ୍ରଶକ୍ତି ସାହସ ଓ ସ୍ୱାଭିମାନର ନୂଆ ଇତିହାସ ଲେଖିଛନ୍ତି।
#BJDWithGenZ #BJDWithOdisha
BJD IT Cell retweeted
ହକିର ସ୍ବର୍ଣ୍ଣିମ ଅଧ୍ୟାୟ ଓଡ଼ିଶା ଲେଖିଛି।
ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ମହିଳା ଓ ପୁରୁଷ ହକି ଦଳକୁ ଭେଟି ଶୁଭେଚ୍ଛା ଜଣାଇଲି।
ଏହି ସଫଳତାରେ ପ୍ରତିଟି ଓଡ଼ିଆ ଆଜି ଗର୍ବିତ। ବିଜୟର ଧାରା ଅତୁଟ ରହୁ, ଅଲିମ୍ପିକ୍ସରେ ଭାରତର ତ୍ରିରଙ୍ଗା ଫରଫର ହୋଇ ଉଡ଼ୁ।
#OdishaForHockey #OdishaForSports
ଛାତ୍ର ସଂସଦ ନିର୍ବାଚନରେ BCJDର ଐତିହାସିକ ସଫଳତା ପରେ ଛାତ୍ରନେତା ଓ ନେତ୍ରୀଙ୍କ ମନରେ ନୂଆ ଉତ୍ସାହ ଓ ନୂଆ ଆଶା। ଏହି ଖୁସିର ମୁହୂର୍ତ୍ତରେ ନବୀନ ନିବାସରେ ଜନନେତା ନବୀନ ପଟ୍ଟନାୟକଙ୍କୁ ଭେଟି ନେଲେ ଆଶୀର୍ବାଦ ଓ ଶୁଭେଚ୍ଛା।
#BCJDODISHA #NaveenPatnaik #GenZ #OdishawithNaveen
ଚାପ ପଡ଼ିଲା, ବାଧା ଆସିଲା, ତଥାପି ନିଜ ବିବେକର ନିଷ୍ପତ୍ତିରେ ଅଟଳ ରହିଲେ ଛାତ୍ରସମାଜ। ABVP ପାଇଁ ଶାସକ ଦଳର ଉଦ୍ୟମ ସତ୍ତ୍ୱେ, Gen Z ସତ୍ୟ ଓ ନ୍ୟାୟର ପଥ ବାଛିଲେ, BCJD ସହିତ ଛିଡାହେଲେ।
#GenZwithBJD #BCJDODISHA #GobackBJP
ବିଜେପିର ପ୍ରଲୋଭନ ଫେଲ୍, ଚକ୍ରାନ୍ତ ଫେଲ୍! କଲେଜ୍ କ୍ୟାମ୍ପସରେ ଗୋଟିଏ ସ୍ୱର, ଗୋଟିଏ ନାରା.. BCJD ଆମର ପ୍ରଥମ ପସନ୍ଦ।
ଏହା ହିଁ Gen Z ଙ୍କ ପାୱାର!
#GenZwithBJD #BCJDOdisha #GobackBJP #BJDForOdisha
ଓଡ଼ିଶାର Gen-Z ପ୍ରମାଣିତ କରିଦେଇଛନ୍ତି... ନବୀନ ଏବଂ ବିଜେଡି ହିଁ ଆଗାମୀ ପିଢ଼ିର ଭବିଷ୍ୟତ।
#StudentPower #StudentElection #YouthForOdisha #NaveenPatnaik
BJD IT Cell retweeted
#GenZ ଙ୍କ ଶକ୍ତି ସାରା ଓଡ଼ିଶା ଦେଖୁଛି। କଲେଜ ନିର୍ବାଚନରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି।
ସଭିଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିବା ସହ ସମସ୍ତେ ଏକ ହୋଇ ଶିକ୍ଷାନୁଷ୍ଠାନର ଗୌରବ ତଥା ଓଡ଼ିଶାର ଟେକ ରଖିବାକୁ ଆହ୍ଵାନ କଲି। #BJDWithGenZ #BJDWithOdisha
ନବୀନ ନିବାସରେ ଛୁଟିଲା ଶୁଭେଚ୍ଛାର ସୁଅ। ନେତା, କର୍ମୀ ଓ ସାଧାରଣ ଜନତାଙ୍କ ଗହଣରେ ଜନ୍ମଦିନ ପାଳିଲେ ଓଡ଼ିଶାର ପ୍ରିୟ ଜନନେତା ନବୀନ ପଟ୍ଟନାୟକ।
#HappyBirthdayNaveenPatnaik #NaveenPatnaik
BJD IT Cell retweeted
ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ସମସ୍ତ ପ୍ରାର୍ଥୀ ଓ ଛାତ୍ରଛାତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଏ ବିଜୟ ଓଡ଼ିଶାର #GenZ, ଯୁବ ଓ ଛାତ୍ରଶକ୍ତିଙ୍କ ନିଷ୍ଠା ଏବଂ ଏକତାକୁ ପ୍ରତିଫଳିତ କରୁଛି।
ଛାତ୍ର ସଂସଦ ନିର୍ବାଚନକୁ ଅନ୍ୟାୟ ଓ ଅସାଧୁ ଉପାୟରେ ଜିତିବା ପାଇଁ ବିଜେପି ସରକାରର ଚକ୍ରାନ୍ତ ବିରୋଧରେ ଦୃଢ଼ତାର ସହ ଲଢ଼ିଥିବା ବିସିଜେଡି ତଥା ବିଜେଡିର ସମସ୍ତ ନେତାମାନଙ୍କୁ ସାଧୁବାଦ ଜଣାଉଛି।
କଲେଜର ଶୈକ୍ଷିକ ବାତାବରଣକୁ ବଜାୟ ରଖି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସମସ୍ତେ ଏକ ହୋଇ ଆଗେଇ ଆସନ୍ତୁ। #Odisha
















