🌺 ଭୋଗରାଇ ମାଟିର ବିଶ୍ୱକର୍ମା ଶ୍ରୀ ଅନନ୍ତ ଦାସଙ୍କ ଜନ୍ମଜୟନ୍ତୀରେ ସେବା କାର୍ଯ୍ୟ 🌺
ଭୋଗରାଇ ମାଟିର ବିକାଶ ଧାରାର ଅନ୍ୟତମ ବିନ୍ଧାଣୀ, ଯୁଗାନ୍ତକାରୀ ଉଦଯୋଗୀ ପୁରୁଷ, ଓଡ଼ିଶା ରାଜନୀତି ଇତିହାସର ଚର୍ଚ୍ଚିତ ଚେହେରା, ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ଚାରିଥର ବିଧାୟକ ସ୍ୱର୍ଗତ ଶ୍ରୀ ଅନନ୍ତ ଦାସଙ୍କ ପବିତ୍ର ଜନ୍ମଜୟନ୍ତୀ ଅବସରରେ ତାଙ୍କ ସ୍ମୃତିକୁ ସମ୍ମାନ ଜଣାଇ ଏକ ମହତ୍ ସେବା କାର୍ଯ୍ୟ କରାଯାଇଛି।
ବର୍ତ୍ତମାନର ପ୍ରଳୟଙ୍କାରୀ ବନ୍ୟାରେ ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଭାବିତ ହୋଇ ଅସହାୟ ଅବସ୍ଥାରେ ଥିବା ପରିବାରଗୁଡ଼ିକୁ ଅନନ୍ତ ଦାସ ଫାଉଣ୍ଡେସନ ପରିବାର ତରଫରୁ ତମ୍ବୁ ବଣ୍ଟନ କରାଯାଇଛି।
ସ୍ୱର୍ଗତ ଅନନ୍ତ ଦାସଙ୍କ ଜନସେବା, ଭୋଗରାଇର ବିକାଶ ଓ ଲୋକଙ୍କ ପ୍ରତି ତାଙ୍କର ଦାୟୀତ୍ୱବଦ୍ଧତାର ଆଦର୍ଶକୁ ପାଥେୟ କରି ଆଗାମୀ ଦିନରେ ମଧ୍ୟ ଭୋଗରାଇର ସାଧାରଣ ଲୋକଙ୍କ ସୁଖ-ଦୁଃଖରେ ସାଥୀ ହୋଇ ରହିବା ପାଇଁ ଆମର ଏହି ପ୍ରତିବଦ୍ଧତା ଜାରି ରହିବ।
ଦୁଃଖୀ, ଅସହାୟ ଓ ବିପନ୍ନ ଲୋକଙ୍କ ପାଖରେ ଠିଆ ହୋଇ ସେମାନଙ୍କ ଦୁର୍ଦ୍ଦିନରେ ସାହାଯ୍ୟର ହାତ ବଢ଼ାଇବା ହିଁ ସ୍ୱର୍ଗତ ଅନନ୍ତ ଦାସଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି। 🙏
ମାଟି ପାଇଁ ସଂକଳ୍ପ, ମଣିଷ ପାଇଁ ସେବା।
ସେବା ହିଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। 🌿🙏
#AnantaDas #AnantaDasFoundation #JanmaJayanti #Bhograi #FloodRelief #FloodAffected #Seva #Humanity #ServiceToHumanity #BhograiDevelopment #Odisha #AnantaDasFoundationFamily
ଆଜି ମୋତେ “ମାଆ ବାସୁଳୀ ବୈଶାଖୀ ଉତ୍ସବ ୨୦୨୬” ରେ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିବାରୁ ମୁଁ ଅତ୍ୟନ୍ତ ଗର୍ବିତ ଓ କୃତଜ୍ଞ। 🙏✨
ପବିତ୍ର ନୀଳ ପର୍ବ ଉପଲକ୍ଷେ ଓ ଶୁଭ କାମିନୀ ବିବାହ ଅବସରରେ ସମସ୍ତ ଭକ୍ତଗଣଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
12





















































