Mohan Charan Majhi (@MohanMOdisha) header
Mohan Charan Majhi (@MohanMOdisha) profile picture

Chief Minister of Odisha

Keonjhar, odisha
Joined January 2019
Photo by Mohan Charan Majhi (@MohanMOdisha)Photo by Mohan Charan Majhi (@MohanMOdisha)Photo by Mohan Charan Majhi (@MohanMOdisha)Photo by Mohan Charan Majhi (@MohanMOdisha)Photo by Mohan Charan Majhi (@MohanMOdisha)Photo by Mohan Charan Majhi (@MohanMOdisha)Photo by Mohan Charan Majhi (@MohanMOdisha)Photo by Mohan Charan Majhi (@MohanMOdisha)Photo by Mohan Charan Majhi (@MohanMOdisha)Photo by Mohan Charan Majhi (@MohanMOdisha)
Driven by decisive governance and a commitment to inclusive development, Odisha continues to move forward across every sector. From housing and education to infrastructure, skill development and social security, every initiative reflects the resolve to build a Viksit Odisha and Samruddha Odisha.
7
3
29
2,632
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ପୂର୍ବ ସନ୍ଧ୍ୟାରେ ପାରାଦ୍ବୀପ ଠାରେ ଆୟୋଜିତ 'କଳିଙ୍ଗ ବାଲିଯାତ୍ରା-୨୦୨୬'ର ଉଦ୍‌ଘାଟନୀ ସମାରୋହରେ ଯୋଗଦେଲି। ଏହି ମହୋତ୍ସବ ଆମ ପ୍ରାଚୀନ ଓଡ଼ିଶାର ଗୌରବମୟ ନୌ-ବାଣିଜ୍ୟ ପରମ୍ପରା, ସାଧବ ପୁଅମାନଙ୍କ ଅଦମ୍ୟ ସାହସ ଓ ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ଜୀବନ୍ତ ପ୍ରତୀକ। ଆମର ଐତିହାସିକ ନୌବାଣିଜ୍ୟର ସେହି ସୁଦୃଢ଼ ମୂଳଦୁଆ ଉପରେ ଆଜି ପାରାଦ୍ବୀପ ପୂର୍ବ ଭାରତର ବିକାଶର ମୁଖଶାଳା ଏବଂ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିର ପ୍ରମୁଖ ଇଞ୍ଜିନ୍ ଭାବେ ଉଭା ହୋଇଛି। ବର୍ଷ ବର୍ଷ ଧରି ଚାଲିଥିବା ଏହି ମହୋତ୍ସବ କେବଳ ପାରାଦ୍ବୀପ ନୁହେଁ, ବରଂ ସମଗ୍ର ରାଜ୍ୟ ପାଇଁ ଏକ ଅନନ୍ୟ ପ୍ରେରଣା। ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆମେ ସମସ୍ତେ ବୋଇତ ବନ୍ଦାଣ କରି ଆମର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ସ୍ମରଣ କରିବା। ଏହି ପବିତ୍ର ଅବସରରେ ରାଜ୍ୟବାସୀଙ୍କୁ ମୋର ଆହ୍ୱାନ, ଆମ ନଦୀ, ପୋଖରୀ ଓ ସମୁଦ୍ରକୁ ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ ରଖିବା ପାଇଁ ପ୍ଲାଷ୍ଟିକ୍ ଓ ଜରି ଡଙ୍ଗା ପରିବର୍ତ୍ତେ ଆମ ପାରମ୍ପରିକ କଦଳୀ ପାଟୁଆ ଡଙ୍ଗା ଭସାନ୍ତୁ। ଝଙ୍କଡ଼ବାସିନୀ ମା’ ଶାରଳା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ, ଏହା ହିଁ କାମନା।
3
18
2,177
ଭିତ୍ତିଭୂମି ବିକାଶ, ଦକ୍ଷତା ବୃଦ୍ଧି, ଶିକ୍ଷାର ସୁଦୃଢ଼ୀକରଣ ଓ ସାମାଜିକ ସଶକ୍ତୀକରଣକୁ ଗୁରୁତ୍ୱ ଦେଇ ଲୋକଙ୍କ ସରକାର ବିକାଶର ନୂଆ ଅଧ୍ୟାୟ ଯୋଡୁଛନ୍ତି । ଜନକଲ୍ୟାଣମୂଳକ ପଦକ୍ଷେପ, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ବିପର୍ଯ୍ୟୟ ମୁକାବିଲାରେ ଦୃଢ଼ ପ୍ରସ୍ତୁତି ସହ ଓଡ଼ିଶା ସମୃଦ୍ଧି ଓ ପ୍ରଗତିର ପଥରେ ଦ୍ରୁତ ଗତିରେ ଆଗେଇ ଚାଲିଛି। With a strong focus on infrastructure development, skill enhancement, strengthening education and social empowerment, the Lokanka Sarkar is ushering in a new era of development. Through welfare initiatives, expanding employment opportunities and robust disaster preparedness, Odisha is steadily advancing on the path of prosperity and progress.
4
2
12
1,947
ଜନଜାତି ସମାଜର ସମ୍ମାନ, ସ୍ୱାଭିମାନ ଓ ସଶକ୍ତିକରଣ ଆମର ପ୍ରାଥମିକତା। ଶିକ୍ଷା, ଜୀବିକା, ସଂରକ୍ଷଣ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ଜନଜାତି ସମାଜକୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା ସହ ଏକ ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନ ଦିଗରେ ଆମ ସରକାର ଦୃଢ଼ ସଂକଳ୍ପବଦ୍ଧ। The dignity, self-respect and empowerment of tribal communities are our priority. We are committed to ensuring equal opportunities and inclusive development for every tribal family towards a prosperous Odisha.
1
1
18
2,130
ଆଜି ବାତ୍ୟା ପ୍ରଭାବରେ ଫସଲ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳ ଗାଁ ଗସ୍ତ କରି ଚାଷଜମିର କ୍ଷୟକ୍ଷତିର ପ୍ରତ୍ୟକ୍ଷ ଅନୁଧ୍ୟାନ କଲି। କ୍ଷତିଗ୍ରସ୍ତ କୃଷକ ଭାଇଭଉଣୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅସୁବିଧା ସମ୍ପର୍କରେ ଅବଗତ ହେଲି। କ୍ଷୟକ୍ଷତିର ତୁରନ୍ତ ଆକଳନ କରି ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ରିପୋର୍ଟ ଆଧାରରେ ଆମ କୃଷକମାନଙ୍କୁ ଯଥାଶୀଘ୍ର ଉପଯୁକ୍ତ ସହାୟତା ଯୋଗାଇ ଦିଆଯିବ। Visited Baulagam in Chhatrapur block of Ganjam district to assess cyclone-induced crop damage. Interacted with affected farmers and directed officials to expedite the damage assessment. Timely assistance will be provided based on the assessment.
6
12
58
3,141
ଆଜି ବାତ୍ୟା ‘ଅକବାନ’ ଓ ଲଗାଣ ବର୍ଷାରେ ପ୍ରଭାବିତ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ହାଣ୍ଡିଘର ଗ୍ରାମ ଗସ୍ତ କରି ଚାଷଜମିରେ ଫସଲ କ୍ଷୟକ୍ଷତିର ସ୍ଥିତି ପ୍ରତ୍ୟକ୍ଷ ଅନୁଧ୍ୟାନ କଲି। କ୍ଷତିଗ୍ରସ୍ତ କୃଷକ ଭାଇଭଉଣୀମାନଙ୍କ ସହ ଆଲୋଚନା କରିବା ସହ କ୍ଷୟକ୍ଷତିର ତୁରନ୍ତ ଆକଳନ କରି ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ରିପୋର୍ଟ ଆଧାରରେ ଆମ କୃଷକମାନଙ୍କୁ ଯଥାଶୀଘ୍ର ଉପଯୁକ୍ତ ସହାୟତା ଯୋଗାଇ ଦିଆଯିବ। ପ୍ରଭାବିତଙ୍କୁ ଆବଶ୍ୟକ ସହାୟତା ପହଞ୍ଚାଇବା ସହ ସେମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ। Visited Handighar village in Purushottampur block of Ganjam district to review crop damage caused by Cyclone Akban and incessant rainfall. Interacted with affected farmers and directed officials to expedite the damage assessment and submit their reports at the earliest. Timely assistance will be extended based on the assessment, reaffirming the Government’s commitment to safeguarding farmers’ interests and standing by them in this difficult time.
3
7
42
2,474
Warm birthday greetings to the Hon’ble Speaker of the Lok Sabha, Shri @ombirlakota Ji. May Mahaprabhu Shri Jagannath bless you with good health, happiness and strength to continue serving the nation. Wishing you a long and fulfilling life.
3
2
23
2,201
ଲୋକଙ୍କ ସରକାରରେ ପ୍ରତ୍ୟେକ ଯୋଗ୍ୟ ପରିବାରର ପକ୍କା ଘର ସ୍ୱପ୍ନକୁ ସାକାର କରିବା ଦିଗରେ ପ୍ରୟାସ ଜାରି ରହିଛି। ଏହି ପଦକ୍ଷେପ ଗ୍ରାମାଞ୍ଚଳର ଯୋଗ୍ୟ ପରିବାରଙ୍କୁ ସୁରକ୍ଷିତ ଆଶ୍ରୟ ସହ ସମ୍ମାନଜନକ ଜୀବନଯାପନର ସୁଯୋଗ ଯୋଗାଇବାରେ ସହାୟକ ହେବ। Efforts continue to turn the dream of owning a pucca house into reality for every eligible family. This initiative will help eligible rural households secure safe shelter and lead a life with dignity.
3
1
16
2,267
ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସହ ଆକାଶମାର୍ଗରୁ ଗଞ୍ଜାମ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥିତି ଅନୁଧ୍ୟାନ କଲି। କ୍ଷୟକ୍ଷତିର ତୁରନ୍ତ ଆକଳନ କରି ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ଯାହା ଆଧାରରେ କ୍ଷତିଗ୍ରସ୍ତଙ୍କୁ ଯଥାଶୀଘ୍ର ସହାୟତା ଯୋଗାଇ ଦିଆଯିବ। ପ୍ରଭାବିତଙ୍କ ନିକଟରେ ଖାଦ୍ୟ, ପାନୀୟ ଜଳ ଓ ଜରୁରୀ ସ୍ୱାସ୍ଥ୍ୟସେବା ଯେପରି ବିନା ବାଧାରେ ପହଞ୍ଚିବ, ସେଥିପାଇଁ ପ୍ରଶାସନ ଅହୋରାତ୍ର କାର୍ଯ୍ୟ କରୁଛି। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ସହ ପୁନରୁଦ୍ଧାର ଏବଂ ସ୍ୱାସ୍ଥ୍ୟ ସମସ୍ୟାର ନିୟନ୍ତ୍ରଣ ପାଇଁ ପ୍ରଶାସନକୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛି। ସମସ୍ତ ପ୍ରଶାସନିକ ସମନ୍ୱୟ ରକ୍ଷା କରି ପ୍ରଭାବିତଙ୍କୁ ତ୍ୱରିତ ସହାୟତା ପହଞ୍ଚାଇବାକୁ ପଦକ୍ଷେପ ନିଆଯାଉଛି। Conducted an aerial survey of the cyclone-affected areas in Ganjam district. Officials have been directed to prepare a rapid damage assessment report for immediate relief disbursement. The administration is working round the clock to ensure uninterrupted food, drinking water, and emergency healthcare, while expediting rescue operations and preventing health issues.
3
4
36
2,379
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଜାତୀୟତାବାଦୀ କବି ବୀରକିଶୋର ଦାସଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ । ଦେଶପ୍ରେମ, ସାହିତ୍ୟ ସାଧନା ଓ ସମାଜ ପ୍ରତି ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। Humble tributes to the eminent freedom fighter and nationalist poet Birakishore Das on his birth anniversary.
12
2,208
ପବିତ୍ର ବଡ଼ ଓଷା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ବାବା ଧବଳେଶ୍ୱରଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ମଙ୍ଗଳମୟ ହେଉ । Warm greetings and best wishes to everyone on the auspicious occasion of Bada Osha.
2
40
2,131
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ । ସରଳ ଜୀବନ, ନିଷ୍ଠାପର ଜନସେବା ଓ ସମାଜର ଉନ୍ନତି ପାଇଁ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । Humble tributes to former Chief Minister of Odisha, Nabakrushna Choudhury, on his birth anniversary.
1
11
2,106
Mohan Charan Majhi retweeted
Dear @Meta @GoogleIndia and @Microsoft, We invite you to set up your offices in Odisha. Unlike some, we don’t believe in intimidation or hooliganism. We assure you that your offices, employees and premises will be protected from goons, regardless of their political affiliations. Come, invest and grow in Odisha!
Dear BJP, we protested at META's office. Why are YOU feeling the pain? Did we accidentally knock on the parent company's door? You call it Gundagardi. We call it defending our constitutional rights. We're coming after META. And we're coming after YOU. No BJP-backed algorithm, no multinational giant gets to decide who can speak in India. We'll fight Gandhi's way. With Bhagat Singh's courage. This is INDIA. Not BJP's digital colony. 7 DAYS, BJP ka BETA. The clock is ticking. 🚨
39
156
11
989
31,585
ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅମର ସୈନିକ, ଜନଜାତି ଜନନାୟକ, ବିପ୍ଲବୀ ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଅବସରରେ ଆଜି ଓଡ଼ିଶା ବିଧାନସଭା ନିକଟରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲି ।
5
3
29
2,982
Odia stories are finding wider recognition, taking the rich cultural heritage and creative spirit of Odisha to wider audiences. The official selection of ‘URMI’ at the 31st International Film Festival of Kerala (IFFK) and the 32nd Kolkata International Film Festival (KIFF) marks another significant milestone in this journey. Heartiest congratulations to the entire team on this remarkable achievement. Such recognition strengthens the presence of Odia cinema and inspires a new generation of storytellers. May Odia cinema continue to transcend boundaries and earn acclaim on the global stage.
3
8
1
35
2,809
Heartiest congratulations to Abhijit Das, Supritee Mohapatra, Samida Begam and Sachin Kumar on being felicitated by Hon’ble Prime Minister Shri Narendra Modi Ji for their outstanding performance in the All India Trade Test 2026. With renewed focus on strengthening technical education, modernising ITIs and equipping youth with future-ready skills, Odisha is steadily building a skilled and empowered workforce. Their success is a proud moment for the State and a reflection of the aspirations of our young talent.
1
5
1
41
4,666
ସ୍ୱାଧୀନତା ସଂଗ୍ରାମର ଅନନ୍ୟ ବୀରାଙ୍ଗନା ଝଲକାରୀ ବାଇଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ ।
1
2
22
2,640
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିପ୍ଲବୀ ସହିଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ ।
2
2
20
2,397
ବିଜେପି ଓବିସି ମୋର୍ଚ୍ଚାର ନବନିଯୁକ୍ତ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ବିଶେଷକରି ଆମ ରାଜ୍ୟ ଓଡ଼ିଶାରୁ ଏହି ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ୱ ପାଇଥିବା ଶ୍ରୀମତୀ ମମତା ମହାନ୍ତ (ରାଷ୍ଟ୍ରୀୟ ଉପାଧ୍ୟକ୍ଷା), ଶ୍ରୀ ଆଶୁତୋଷ ବେହେରା (ନୀତି ଓ ଗବେଷଣା ସହ-ସଂଯୋଜକ), ଶ୍ରୀ ପ୍ରଶାନ୍ତ ନାୟକ (ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ) ଏବଂ ପ୍ରଫେସର ଅଦ୍ୱୈତ ଚରଣ ଗଡ଼ନାୟକ (ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ) ଙ୍କୁ ଅନେକ ଅନେକ ଅଭିନନ୍ଦନ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ 'ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ' ମନ୍ତ୍ରରେ ଅନୁପ୍ରାଣିତ ହୋଇ ତଥା ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନୀତିନ ନବୀନ ଜୀଙ୍କ ମାର୍ଗଦର୍ଶନରେ ଆପଣମାନଙ୍କ ନିଷ୍ଠାପର ସେବା ପଛୁଆ ବର୍ଗର ସଶକ୍ତିକରଣ ସହ ଓଡ଼ିଶା ତଥା ସମଗ୍ର ରାଷ୍ଟ୍ରର ଅନ୍ତ୍ୟୋଦୟ ଓ ବିକାଶ ଧାରାକୁ ଆହୁରି ଗତିଶୀଳ କରିବ। ସମସ୍ତଙ୍କର ଯଶସ୍ୱୀ କାର୍ଯ୍ୟକାଳ କାମନା କରୁଛି। Heartiest congratulations to all the newly appointed National Office Bearers, National Executive Members, and Special Invitees of the BJP OBC Morcha, with special wishes to Odisha's Smt. Mamta Mohanta, Shri Ashutosh Behera, Shri Prashant Nayak, and Prof. Adwaita Charan Gadanayak on taking up these key organizational responsibilities. Guided by Hon'ble PM Shri Narendra Modi Ji's vision of Antyodaya and Sabka Saath, Sabka Vikas, and under the leadership of National President Shri Nitin Nabin Ji, your dedicated service will further accelerate the empowerment of backward classes in Odisha and across the nation. Wishing everyone a successful tenure ahead. @BJP4India @BJP4Odisha @BJP4OBCMorcha @narendramodi @NitinNabin
11
4
53
5,412
ବାତ୍ୟା ‘ଅକବାନ’ ପରବର୍ତ୍ତୀ ପରିସ୍ଥିତିରେ ପଶୁସମ୍ପଦର ସୁରକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ଲୋକଙ୍କ ସରକାର। ପ୍ରଭାବିତ ଅଞ୍ଚଳରେ ପଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା, ଆବଶ୍ୟକୀୟ ଔଷଧ ଓ ପଶୁଖାଦ୍ୟ ଯୋଗାଣ ମାଧ୍ୟମରେ ସେମାନଙ୍କ ଯତ୍ନ ସୁନିଶ୍ଚିତ କରାଯାଉଛି। The State Government is ensuring the safety and well-being of livestock after Cyclone ‘Akvan’ through health check-ups, veterinary care, and the supply of essential medicines and animal feed in affected areas.
2
2
22
3,219